ଜୀବନଚର୍ଯ୍ୟା

ତ୍ୟାଗ କରନ୍ତୁ ଏହିସବୁ ଅଭ୍ୟାସ, ନଚେତ ହୋଇଯିବେ କାଙ୍ଗାଳ

ହିନ୍ଦୁ ଧର୍ମରେ ଶ୍ରୀମଦ ଭାଗବତ ଗୀତାକୁ ସର୍ବଶ୍ରେଷ୍ଠ ବେଦ ବା ଶାସ୍ତ୍ର ବୋଲି କୁହାଯାଏ। ଗୀତାରେ ସବୁ ସମସ୍ୟାର ସମାଧାନ ରହିଛି। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ନିଜ ଆଚରଣକୁ ନେଇ ମଣିଷ ସର୍ବଦା ଗମ୍ଭୀର ଓ ସତର୍କ ରହିବା ଉଚିତ

ଯେଉଁ ବ୍ୟକ୍ତି ନିଜ ଆଚରଣକୁ ନେଇ ସତର୍କ ରୁହଂତିନୀ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି –

यद्यदाचरति श्रेष्ठस्तत्तदेवेतरो जन: ।

स यत्प्रमाणं कुरुते लोकस्तदनुवर्तते ॥

ଗୀତାର ଏହି ଉପଦେଶର ଅର୍ଥ ହେଲା, ମହାନ ବ୍ୟକ୍ତିଙ୍କ ଆଚରଣକୁ ଅନ୍ୟମାନେ ମଧ୍ୟ ଅନୁସରଣ କରନ୍ତି। ସେଥିପାଇଁ ନିଜ ଆଚରଣକୁ ନେଇ ଅନ୍ୟମାନଙ୍କ ପ୍ରତି ଗମ୍ଭୀର ରହିବା ଉଚିତ ଏବଂ ସମସ୍ତଙ୍କୁ ସମ୍ମାନ କରିବା ଉଚିତ। ଯଦି ଆପଣ ଜଣଙ୍କ ଠାରୁ ଖରାପ ବ୍ୟବହାର ଆଶା କରୁଣାନହଂତି ତାହେଲେ ତାଙ୍କ ସହ ମଧ୍ୟ ଖରାପ ବ୍ୟବହାର କରିବା ଉଚିତ ନୁହେଁ। କାରଣ କଥାରେ ଯାହା ଦେବ ବଦଳରେ ତାହା ପାଇବ। ସମ୍ମାନ ଦେଲେ ହିଁ ସମ୍ମାନ ମିଳିଥାଏ।ଚାଣକ୍ୟଙ୍କ ଚାଣକ୍ୟ ନୀତି ବି ଏହା ହିଁ ଉପଦେଶ ଦିଏ। ଚାଣକ୍ୟଙ୍କ ଅନୁଯାୟୀ, ବ୍ୟକ୍ତି ପଦ-ପ୍ରତିଷ୍ଠା ଓ ଧନ ଯୋଗୁଁ ଶ୍ରେଷ୍ଠ ହୋଇନଥାଏ। ବ୍ୟକ୍ତି ନିଜର ଭଲ ବ୍ୟବହାର ଓ ଆଚରଣ ଦ୍ୱାରା ଶ୍ରେଷ୍ଠ ହୋଇଥାଏ। ସେଥିପାଇଁ ମଣିଷକୁ ସର୍ବଦା ଖରାପ ଅଭ୍ୟାସରୁ ଦୁରେଇ ରହିବା ଆବଶ୍ୟକ। କାରଣ ଖରାପ ଅଭ୍ୟାସ ମଣିଷର ପ୍ରତିଭା ବିନାଶ କରିଥାଏ। ସେଥିପାଇଁ ଜୀବନରେ ସଫଳ ହେବାକୁ ହେଲେ ଖରାପ ଅଭ୍ୟାସ ଛାଡି ଭଲ ଅଭ୍ୟାସ ଆପଣେଇବା ଆବଶ୍ୟକ।ନିନ୍ଦା ଅପବାଦରୁ ମଣିଷକୁ ଦୁରେଇ ରହିବା ଆବଶ୍ୟକ। ଯିଏ ଅନ୍ୟମାନଙ୍କ ଖରାପ ଚିନ୍ତା କରେ ବା ଅନ୍ୟମାନଙ୍କୁ ନିନ୍ଦା କରେ, ସେ ବ୍ୟକ୍ତି ଦିନେ ନିଜେ ହିଁ ଏହିସବୁ ଖରାପ ଗୁଣର ଅଧିକାରୀ ହୋଇଯାଏ। ଆରମ୍ଭରେ ନିନ୍ଦା କରିବାରେ ମଜା ଆସିଥାଏ କିନ୍ତୁ ଧୀରେ ଧୀରେ ସବୁ ଖରାପ ଗୁଣ ନିଜ ଭିତରକୁ ଆସିଥାଏ।

ଚାଣକ୍ୟଙ୍କ ଅନୁସାରେ ମଣିଷକୁ ସର୍ବଦା ଅହଂକାର ଠାରୁ ଦୁରେଇ ରହିବା ଦରକାର। ଅହଙ୍କାରୀ ବ୍ୟକ୍ତି ସବୁବେଳେ ନିଜକୁ ଶ୍ରେଷ୍ଠ ଭାବିଥାଏ ଏବଂ ଏହା ଜୀବନର ସବୁଠାରୁ ବଡ ଭୁଲ। ଏହି ଭୁଲ ଦିନେ ମଣିଷର ପତନର କାରଣ ପାଲଟିଯାଏ। ରାମାୟଣରେ ରାବଣର ଚରିତ୍ର ଏହାର ଜ୍ୱଳନ୍ତ ଉଦାହରଣ। ସମସ୍ତ ବେଦ, ଧର୍ମଗ୍ରନ୍ଥ ଉପଦେଶ ଅନୁଯାୟୀ ସଫଳ ହେବାପାଇଁ ସର୍ବ ପ୍ରଥମେ ଅହଂକାର ତ୍ୟାଗ କରିବା ଉଚିତ। ଯେ ପର୍ଯ୍ୟନ୍ତ ବ୍ୟକ୍ତି ମଧ୍ୟରେ ଅହଂକାର ରହିବ ସେ ପର୍ଯ୍ୟନ୍ତ ସେ ସ୍ନେହ ଓ ପ୍ରେମରୁ ଦୁରେଇ ରହିବ।ଲୋଭ ମଧ୍ୟ ମଣିଷର ଏକ ପ୍ରକାର ଶତ୍ରୁ। ଲୋଭ ସବୁ ପ୍ରକାର ଖରାପ ଗୁଣର କାରକ। ସେଥିପାଇଁ ଲୋଭରୁ ଦୁରେଇ ରହିବା ଉଚିତ। ଲୋଭ କରୁଥିବା ବ୍ୟକ୍ତି କେବେ ବି ସନ୍ତୁଷ୍ଟ ହୋଇନଥାଏ। ଲୋଭ ଯୋଗୁଁ ବ୍ୟକ୍ତିର ଚିତ୍ତ ଶାନ୍ତ ରହେନି ଏବଂ ସେ ସବୁବେଳେ ଅନ୍ୟମାନଙ୍କୁ ଅହଙ୍କାର କରିଥାଏ।

Show More

Related Articles

Back to top button