ସ୍ୱାସ୍ଥ୍ୟ

ଆପଣ ଶୀତଋତୁରେ ଏହି ଭୁଲ୍ କରୁଛନ୍ତି କି : ହୋଇ ପାରନ୍ତି ଅସୁବିଧାର ସମ୍ମୁଖୀନ

ବର୍ତ୍ତମାନ ସାରା ଭାରତରେ ଜୋରରେ ଥଣ୍ଡା ପଡିଛି ,ଶୀତଋତୁରେ ଶରୀରକୁ ଗର୍ମ ରଖିବା ପାଇଁ ଲୋକମାନେ ଗର୍ମ ପାଣିର ବ୍ୟବହାର କରି ଥାନ୍ତି ଓ ତା ସହିତ ଗରମ ବସ୍ତ୍ର ମଧ୍ୟ ଧାରଣ କରନ୍ତି l କିନ୍ତୁ ଯଦି କିଛି କଥାକୁ ଆମେ ଧ୍ୟାନ ଦେଇ ନଥାଉ ତେବେ ଶୀତଋତୁରେ ଗରମ ପାଣିରେ ଗାଧୋଇବା ଆମ ପାଇଁ କ୍ଷତି କାରକ ହୋଇଥାଏ l ଆସନ୍ତୁ ସେ ବିଷୟରେ ଆଜି ଜାଣିବା

* ଶୀତଋତୁ ଆରମ୍ଭ ହେବ ମାତ୍ରେ ଲୋକମାନେ ଗରମ ପାଣିରେ ଗାଧୋଇବା ଆରମ୍ଭ କରି ଦେଇଥାନ୍ତି l କିନ୍ତୁ ଶୀତଋତୁରେ ଅଧିକ ଗରମ ପାଣିରେ ଅଧିକ ସମୟ ଧରି ଗାଧୋଇବା କ୍ଷତିକାରକ ହୋଇଥାଏ l ଗରମ ପାଣିରେ ଅଧିକ ସମୟ ଧରି ଗାଧୋଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବ ସହିତ ଆଲର୍ଜି ମଧ୍ୟ ବାହାରିଥାଏ l

* ଅଧିକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ଅଧିକ ଗରମ ବସ୍ତ୍ର ପିନ୍ଧି ଥାନ୍ତି l କିନ୍ତୁ ଏପରି କରିବା ବିପଦ ପୂର୍ଣ୍ଣ ହୋଇପାରେ ,ଏହା ଦ୍ୱାରା ଶରୀର ଅଧିକ ତାପମାତ୍ରାର ଶିକାର ହୋଇ ପାରେ l ଶୀତଋତୁରେ ଆମର ଇମ୍ୟୁନ ସିଷ୍ଟମ WBC ତିଆରି କରିଥାଏ ଯାହାଦ୍ୱାରା ସଂକ୍ରମଣରୁ ସୁରକ୍ଷା ମିଳେ l ଅଧିକ ତାପମାତ୍ରା ହେବ ଯୋଗୁ ଆମ ଶରୀର WBC ନିର୍ମାଣ କରିପାରି ନଥାଏ l

* ଶୀତଋତୁରେ କମ ସୋସ ଲାଗିଥାଏ ,ଏହି କାରଣରୁ ଲୋକମାନେ କମ ପାଣି ପିଇ ଥାନ୍ତି l କିନ୍ତୁ ଶରୀରକୁ ଅଧିକ ପାଣିର ଆବଶ୍ୟକତା ରହିଥାଏ ,କାରଣ ପରିଶ୍ରା ଖାଦ୍ୟ ହଜମ ଓ ଝାଳ ଦ୍ୱାରା ପାଣି ଶରୀରରୁ ବାହାରି ଯାଇଥାଏ l ସେଥିପାଇଁ ପାଣିର ମାତ୍ରା ଠିକରେ ପିଇବା ଆବଶ୍ୟକ ପାଣି ନପିଇବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କମିବା ସହିତ କିଡ୍ନୀ ଓ ହଜମ ଶକ୍ତି ଅସୁବିଧାରେ ପଡିଥାଏ l

* ଶୀତଋତୁରେ ନିଜର ଶୋଇବା ସମୟ ପୁରା କରିବା ଉଚିତ l ଧ୍ୟାନ ରଖନ୍ତୁ ଯେ ଦିନ ଛୋଟ ହୋଇ ରାତି ବଡ ହୋଇଥିବା କାରଣରୁ ଅନେକ ଲୋକ କୁହନ୍ତି ଯେ ନିଦ ନ ଆସିବାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ସେଥିପାଇଁ ଶୀତଋତୁରେ ଶୋଇବାର ସମୟ ଠିକ ରଖନ୍ତୁ l

* ଶୀତ କରଣରୁ ଘର ବାହାରକୁ ଯିବାକୁ ଅନେକ ଲୋକ ଇଛା କରି ନଥାନ୍ତି l ଏପରି କରିବା ଭୁଲ ଅଟେ ,କାରଣ ଶୀତଋତୁରେ ସୂର୍ଯ୍ୟଙ୍କ କିରଣରୁ ଭିଟାମିନ ଡି ମିଳିଥାଏ ,ତେଣୁ ବାହାରକୁ ଯିବା ନିହାତି ଆବଶ୍ୟକ l

Show More

Related Articles

Back to top button