ଦେଶ ବିଦେଶସ୍ୱାସ୍ଥ୍ୟ

ଅତୀତର ସମୟକୁ ଭୁଲିଯାଇ ଏବେ ସୁସ୍ଥ ରୁହନ୍ତୁ : ଆପଣାନ୍ତୁ ଏହି ଉପାୟ

ସୁସ୍ଥ ରହିବ ପାଇଁ ଜରୁରୀ ଅଟେ ଯେ ବ୍ୟକ୍ତିକୁ ବିତି ଯାଇଥିବା ସମୟ ବିଷୟରେ ଚିନ୍ତା ନକରି ବର୍ତ୍ତମାନର ସମୟ ସହିତ ତାଳ ଦେଇ ବଂଚିବା ଉଚିତ l ପୁରୁଣା କଥାରେ ହଜିଯିବା ଦ୍ୱାରା ଚିନ୍ତା ଓ ଅବସାଦ ଆପଣଙ୍କୁ ଘେରି ଯିବ ସେଥିପାଇଁ ବର୍ତ୍ତମାନଙ୍କୁ ସୁଧାରିବକି ଚେଷ୍ଟା କରନ୍ତୁ

* ଆନନ୍ଦରେ ବର୍ତ୍ତମାନ ସହିତ ସମୟ ବିତାନ୍ତୁ -ଦୁନିଆରେ ଅଧିକାଂଶ ଲୋକ ନିଜର ପୁରୁଣା ସମୟକୁ ମାନେ ପକାଇ ଦୁଖୀ ରହି ଥାନ୍ତି l ସେହି ପୁରୁଣା କଥାକୁ ମାନେ ପକାଇ ତାଙ୍କ ମନରେ ଗୋଟିଏ କଥା ଆସିଥାଏ ଯଦି ଏପରି ହୋଇ ଥାନ୍ତା ତେବେ ମୁଁ ଖୁସିରେ ଆଜି ରହିଥାନ୍ତି l ଏହି ପ୍ରକାରର ଭାବନା କରିବା ଦ୍ୱାରା ମଣିଷ କିଛି ଵି ହସଲା କରିପାରେ ନାହିଁ l ଯେଉଁ ସମୟ ବିତି ଯାଇଛି ସେଥିପାଇଁ ଦୁଃଖ କରିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବ ମାନସିକ ଓ ଶାରୀରିକ ଦୃଷ୍ଟିରୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ l ଯଦି ମଣିଷ ପୁରୁଣା କଥାକୁ ଭବିବେ ବର୍ତ୍ତମାନ ବଂଚି ପାରିବ ନାହିଁ l

* ଅତୀତ ଦେଇଥାଏ ଅନେକ ଶିକ୍ଷା -କଣ ହେଲା ଯଦି ଆପଣ ନିଜର ଅତୀତରେ କୌଣସି ଭଲ ଫଇସଲା ନକରି ପାରିଲେ କିମ୍ବା କୌଣସି ଲକ୍ଷ ହାସଲ ନକରି ପାରିଲେ l ବର୍ତ୍ତମାନ ମଧ୍ୟ ଆପଣଙ୍କ ପାଖରେ ସମୟ ଅଛି ,ଯଦି ଆପଣ ବର୍ତ୍ତମାନ ସମୟକୁ ଠିକରେ ଉପଯୋଗ କରି ପାରିବେ ତେବେ ମଧ୍ୟ ଖୁସିରେ ରହି ପାରିବେ l ତାହା ଆପଣଙ୍କ ମସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇବ l ଯଦି ଆପଣ ଅତୀତର ଦୁଃଖକୁ ନେଇ ନିଜକୁ ଘୋଡାଇ ରଖିବେ ତେବେ ଆପଣଙ୍କ ବର୍ତ୍ତମାନ ମଧ୍ୟ ବଦଳି ଯିବ l

* ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ- ଭଲ ସ୍ୱାସ୍ଥ୍ୟ ପାଇଁ ମ,ଅନସିକ ଶାନ୍ତି ନିହାତି ଆବଶ୍ୟକ ,ତେଣୁକରି ଆପଣ ଅତୀତକୁ ମାନେ ପକାଇ ଦୁଃଖିତ ହୁଅନ୍ତୁ ନାହିଁ l ଯେଉଁ ମନୁଷ୍ୟ ନିଜର ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହେ ସେ ବର୍ତ୍ତମାନର ପରିସ୍ଥିତିର ସଦଉପଯୋଗ କରି ପରେ l ଏହିଭଳି ଭାବରେ ଆପଣ ସୁସ୍ଥ ରହିବ ଦ୍ୱାରା ଆପଣଙ୍କ ଜୀବନ ଭଲରେ ବିତିବ l

ଯେତେବେଳେ ଆପଣ କୌଣସି ପୁରୁଣା କଥାକୁ ନେଇ ଦୁଃଖିତ ରହୁଛନ୍ତି ତେବେ ସେଥିରୁ ବାହାରି ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ l ସେଥିପାଇଁ ସବୁଠାରୁ ଭଲ ଉପାୟ ହେଲା ସଂଗୀତ ଶୁଣିବା କିମ୍ବା ନୃତ୍ୟ କରିବା l ଏହା ଆପଣଙ୍କ ଅତୀତକୁ ଭୁଲିବାରେ ଓ ଆପଣଙ୍କୁ ମାଝବୁତ କରିବାରେ ସାହାଯ୍ୟ କରିବ l

Show More

Related Articles

Back to top button