ଜୀବନଚର୍ଯ୍ୟାଦେଶ ବିଦେଶ

ପ୍ରାଚୀନ କାଳର ଉପାୟକୁ ଅବଲମ୍ବନ କରି ଆପଣ ମଧ୍ୟ ହୋଇ ପାରିବେ ଧନଵାନ

ଆଜିର ଦୁନିଆରେ ଠିକ ରେ ଚଳିବା ପାଇଁ ଧନ ସଂଚୟ କରିବା ନିହାତି ଆବଶ୍ୟକ l କିନ୍ତୁ ସେହି ଧନକୁ କିପରି ଉପାର୍ଜନ କରିବା ଆସନ୍ତୁ ସେ ବିଷୟରେ ଜାଣିବା l ପ୍ରାଚୀନ କାଳର ବ୍ୟକ୍ତି ମାନେ ମଧ୍ୟ ବାସ୍ତୁ ଓ ଅନେକ ମାତ୍ରାରେ ଭଗବତ ବିଶ୍ୱାସୀ ଥିଲେ l ସେମାନେ ଧନ ଲାଭ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ

ଆଜିକାଲି ଆମର ରୋଜଗାର ଅପେକ୍ଷା ଖର୍ଚ ଅଧିକ ,ଯାହା ଯୋଗୁଁ ଆମେମାନେ ଜୀବନର ସୁଖକୁ ଅନୁଭବ କରିବା ବଦଳରେ ସର୍ବଦା ଚିନ୍ତିତ ରହୁଚୁ l ତେଣୁ ଆସନ୍ତୁ ଜାଣିବା ପୂର୍ବ କାଳରେ ଲୋକଙ୍କର ଧାର୍ମିକ ଭାବନା ଧନ ରୋଜଗାର କରିବାରେ କିପରି ସାହାଯ୍ୟ କରୁଥିଲା l

* ଲକ୍ଷ୍ମୀଙ୍କର ଏହି ପରି ଫୋଟ ରଖନ୍ତୁ – ଧନ ଓ ବୈଭବ ପ୍ରାପ୍ତ କରିବା ପାଇଁ ପୂଜା ଘରେ କିମ୍ବା ଘରର ଯେ କୌଣସି ସ୍ଥାନରେ ମାତା ଲକ୍ଷ୍ମୀଙ୍କର ପଦ୍ମ ଫୁଲ ଉପରେ ବସିଥିବା ଫଟୋ ଚିତ୍ର ଲଗାନ୍ତୁ l ଏହି ଭଳି ଫୋଟ ଘର ପାଇଁ ଶୁଭ ଅଟେ l ଯାହାଦ୍ୱାରା ଘରେ କେବେବି ଧନର କମି ରହିବ ନାହିଁ l ଦୋକାନରେ ସର୍ବଦା ଠିଆ ହୋଉଥିବା ଲକ୍ଷ୍ମୀଙ୍କ ଫୋଟ ଲଗାଇବେ l ଏପରି କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ l ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େନି l

*ଚାକିରୀ ସମସ୍ୟା ଦୂର ହୋଇଥାଏ – ତୁଳସୀ ଗଛର ଅନେକ ମହତ୍ୱ ଆମର ହିନ୍ଦୁ ଘର ମାନଙ୍କରେ ରହିଛି l ସବୁବେଳେ ମନେ ରଖନ୍ତୁ ଘରର ଐଶାନ୍ୟ କୋଣରେ ତୁଳସୀ ରଖିବା ଆବଶ୍ୟକ l ତୁଳସୀଙ୍କୁ ପୂଜା କରିବା ପୂର୍ବରୁ ଗଙ୍ଗା ଜଳ ଛିଞ୍ଚିବା ଜରୁରୀ ଅଟେ lଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l

*ଗୀତାର ମହତ୍ୱ – ଚାକିରୀ ଯଦି ଚାହୁଁଛନ୍ତି କିମ୍ବା ଚାକିରୀ କ୍ଷେତ୍ରରେ ଉନ୍ନତି ଚାହୁଁଛନ୍ତି ତେବେ ନିୟମିତ “ଶ୍ରୀମଦଭଗବତ ଗୀତା “ର ଅନ୍ତିମ ଶ୍ଳୋକକୁ ୨୧ ଥର ଜପ କରନ୍ତୁ l ଏଥିରେ ଆପଣଙ୍କୁ ଆତ୍ମବଳ ମିଳିବା ସହିତ ସଫଳତା ମଧ୍ୟ ମିଳିବ l

* ଅଶ୍ୱସ୍ତତ ବୃକ୍ଷର ମହତ୍ୱ -ଶନିବାର ଓ ମଙ୍ଗଳବାର ଦିନ ଅଶ୍ୱସ୍ତତ ବୃକ୍ଷରେ ଦୁଗ୍ଧ ,ପାଣି ଓ ଗୁଡ ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ପିତୃ ପୁରୁଷ ,ଗ୍ରହ ଶାନ୍ତ ଓ ଦେବତାଙ୍କ କୃପା ଲାଭ ହୋଇଥାଏ l ବ୍ରହ୍ମ ପୁରାଣ ଅନୁସାରେ ଯେଉଁ ମନୁଷ୍ୟ ଶନିବାର ଦିନ ନିୟମିତ ପିପ୍ପଳ ଗଛକୁ ସ୍ପର୍ଶ କରିଥାଏ ତାର ସମସ୍ତ ବାଧାବିଘ୍ନ ଦୂର ହୁଏ l

Show More

Related Articles

Back to top button