ଓଡ଼ିଶାମୁଖ୍ୟ ଖବର

ସ୍କୁଲ ଫି’ କୋହଳ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶିତ

ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ ସହ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି

କୋହଳ ହେବ ସ୍କୁଲ ଫି’ । ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ ସହ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଫି’ କୋହଳ ହେବ। ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି’ ଛାଡ କରିବେ। ଫି’ କୋହଳ ନେଇ ୭ଟି ସ୍ଲାବ ନିର୍ଦ୍ଧାରଣ କରିଛନ୍ତି ସରକାର।
ଯେଉଁ ସ୍କୁଲର ଫି’ ବାର୍ଷିକ ୬ହଜାର ଥିବ – ତାହା ସମ୍ପୂର୍ଣ୍ଣ ଛାଡ ହେବ।
ବାର୍ଷିିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ – ୭.୫% ଛାଡ।
୧୨ ହଜାରରୁ ଅଧିକ ୨୪ ହଜାରରୁ କମ – ୧୨% ଛାଡ ।

୨୪ ହଜାରରୁ ଅଧିକ ୪୮ ହଜାରରୁ କମ ୧୫% ଛାଡ।
୪୮ ହଜାରରୁ ଅଧିକ ୭୨ ହଜାରରୁ କମ – ୨୦% କମ ।
୭୨ ହଜାରରୁ ଅଧିକ ଏକ ଲକ୍ଷରୁ କମ – ୨୫ % ଛାଡ ।
ବାର୍ଷିକ ସ୍କୁଲ ଫି’ ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬% ଛାଡ ।
ହଷ୍ଟେଲ ଫି’ ୩୦% ଛାଡ କରିବାକୁ ମଧ୍ୟ ନିର୍ଦ୍ଦେଶ।
ପରିବହନ ଓ ଖାଦ୍ୟ ବାବଦରେ ମନଇଚ୍ଛା ଅର୍ଥ ବାଦାୟ କରିପାରିବେନି। ସ୍କୁଲ ଫି’କୋହଳ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ ହାଇକୋର୍ଟ।

Show More

Related Articles

Back to top button