Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବିଡେନ ଶପଥ ନେବେ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଶପଥ ଗ୍ରହଣ ସମାରୋହର ସୁରକ୍ଷା ପାଇଁ ୱାଶିଂଟନରେ ୨୧ହଜାର ନ୍ୟାସନାଲ ଗାର୍ଡ ନିୟୋଜିତ ହୋଇଛନ୍ତି

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ୨୧ହଜାର ନ୍ୟାସନାଲ ଗାର୍ଡ ସୈନିକ ବର୍ତ୍ତମାନ ୱାଶିଂଟନରେ ଅବସ୍ଥାପିତ ଅଛନ୍ତି।ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । କମଳା ହେରିସ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା କ୍ୟାପିଟାଲ ହିଲ (ସଂସଦ ଭବନ ପରିସର)ରେ ହୋଇଥିବା ଆକ୍ରମଣ ପରେ ଐତିହାସିକ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ପ୍ରଧାନ ବିଚାରପତି ଜନ ରୋବର୍ଟସ ଦିନ ୧୨ଟାରେ (ସ୍ଥାନୀୟ ସମୟ) କ୍ୟାପିଟାଲ ହିଲ ୱେଷ୍ଟ ଫ୍ରଣ୍ଟରେ ବାଇଡେନଙ୍କୁ ଶପଥ ଗ୍ରହଣ କରାଇବେ ।

ସୂଚନାଯୋଗ୍ୟ ଭାରତର ସମୟ ଆମେରିକା ଠାରୁ ସାଢ଼େ ୧୦ ଘଣ୍ଟା ଆଗୁଆ ଚାଲୁଥାଏ ।ସୂଚନାଯୋଗ୍ୟ ଯେ ଜାନୁଆରୀ ୬ରେ ଆମେରିକାରେ ସଂସଦ କ୍ୟାପିଟାଲ ହିଲ୍ସରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପାଇଁ ପ୍ରସ୍ତୁତି ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସା କରିଥିଲେ। ହିଂସାରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପ୍ରାୟ ୧୭୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।ଆମେରିକା ପ୍ରତିରକ୍ଷା ବିଭାଗ ଅନୁଯାୟୀ, ୨୦ ଜାନୁଆରୀରେ ବିଡେନଙ୍କ ଶପଥ ଗ୍ରହଣ ସମାରୋହରେ ସୁରକ୍ଷା ଦୃଷ୍ଟିରୁ ୨୫ ହଜାର ସୈନିକ ନିୟୋଜିତ ହେବେ।

Show More

Related Articles

Back to top button