ଓଡ଼ିଶାଖେଳସ୍ୱତନ୍ତ୍ର

ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍ ପାଁଇ ଆସନ୍ତାକାଲିଠୁ ଅନଲାଇନ ଓ ଅଫଲାଇନ ଟିକେଟ ବିକ୍ରି

ବାରବାଟୀରେ ଖେଳାଯିବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ତିନୋଟି ମ୍ୟାଚ ଖେଳିବା ପାଇଁ ଦେଶର ବିଭିନ୍ନ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରମାନେ ଭାଗ ନେବେ । ତେଣୁ ଏଥିପାଇଁ କାଲିଠୁ ଆରମ୍ଭ ହୋଇଯିବ ଅନଲାଇନ ଓ ଅଫଲାଇନ ଟିକେଟ ବିକ୍ରି ।

୨୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ, ସ୍କୁଲ ଓ କଲେଜ ପାଇଁ ଟିକେଟ ବିକ୍ରି ହେବ । ୨୪ ଓ ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ସମସ୍ତ ଖେଳାଳି । ବାରବାଟୀରେ ମ୍ୟାଚ ପାଇଁ ଆସିବେ ପୂର୍ବତନ ଖେଳାଳି କ୍ରିସ୍ ଗେଲ, ସେନ ଓ୍ବାଟସନ, ବିରେନ୍ଦ୍ର ସେହେଓ୍ବାଗ, ହରଭଜନ ସିଂ, ଗୌତମ ଗମ୍ଭୀର, ଇର୍ଫାନ ପଠାନ, ୟୁସୁଫ ପଠାନ । ଏଥପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ।

 

Show More

Related Articles

Back to top button