Breaking PLUSଦେଶମୁଖ୍ୟ ଖବର

ଇଡି କାର୍ଯ୍ୟାଳୟରେ ହାଜର ହେଲେ ଲାଲୁ ପ୍ରସାଦ ଯାଦବ

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ସୋମବାର ସେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ପାଟନାସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି ଟିମ୍‌ ତାଙ୍କୁ ପଚରାଉଚରା କରୁଛି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଲାଲୁ ପ୍ରସାଦ ଓ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ଡକାଯାଇଥିଲା। ଲାଲୁଙ୍କୁ ଜାନୁଆରୀ ୨୯ ଏବଂ ତେଜସ୍ୱୀ ଯାଦବଙ୍କୁ ଜାନୁଆରୀ ୩୦ରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଲାଲୁ ଆଜି ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

Show More

Related Articles

Back to top button