Breaking PLUSଓଡ଼ିଶାମୁଖ୍ୟ ଖବର

ସୋମବାରଠାରୁ ଫେବୃଆରୀ ୨୨ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପ ବୁଲିଦେଖିବେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ

ପୁରୀ: ସୋମବାରଠାରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖୁଛନ୍ତି। ଫେବୃଆରୀ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ପ୍ରଥମଦିନ ଗଞ୍ଜାମ, ବାଲେଶ୍ବର, ମୟୁରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଳାର କିଛି ଅଞ୍ଚଳର ଜନ ସାଧାରଣଙ୍କୁ ବସ୍ ଯୋଗେ ପୁରୀକୁ ଅଣାଯାଇଛି। ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ୍ ଗୁଡିକ ବିରହରେକୃଷ୍ଣପୁରରେ ଥିବା ପାର୍କିଂ ସ୍ଥଳରେ ପହଞ୍ଚିବେ। ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର ବସ୍ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥବଲ୍ଲଭ ପିଲିଗ୍ରୀମ୍ ସେଣ୍ଟରକୁ ନିଆଯିବ । ପରେ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିଭ୍ରମଣ କରାଯିବ । ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସମଗ୍ର ରାଜ୍ୟରେ ଅର୍ପଣ ରଥ ପରିଭ୍ରମଣ କରିଥିଲା। ପ୍ରତ୍ୟେକ ବ୍ୟକ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଅର୍ପଣ କରିଥିଲେ। ସେତେବେଳେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପ୍ରକଳ୍ପ ପରିଭ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ।

Show More

Related Articles

Back to top button