Breaking PLUSଦେଶମୁଖ୍ୟ ଖବରରାଜନୀତି

ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା

ଆଇଜଲ୍‌: ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ(ଜେଡ୍‌ପିଏମ୍‌) ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟରେ ସରକାର ଗଠନ ପ୍ରସଙ୍ଗ ନେଇ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ରାଜଭବନ ସୂତ୍ରରୁ ପ୍ରକାଶ ଯେ, ଲାଲଡୁହୋମା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Show More

Related Articles

Back to top button