Breaking PLUSଦେଶମୁଖ୍ୟ ଖବରରାଜନୀତି

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେୱନ୍ତ ରେଡ୍ଡୀ, ଖଡଗେଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ, 6 ଡିସେମ୍ବର – ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ ରେୱନ୍ତ ରେଡ୍ଡି । ବୁଦବାର ଦିନ ରେୱନ୍ତ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖହଗେଙ୍କୁ ସାକ୍ଷାତ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ବଛାଯିବା ପରେ ରେୱନ୍ତ ଆଜି ଦିଲ୍ଲୀରେ ପହଞ୍ଚି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ।
ଦୁଇ ନେତାଙ୍କ ସାକ୍ଷାତ ନେଇ କଂଗ୍ରେସ ପକ୍ଷରୁ ଏକ୍ସରେ ଫଟୋ ସେୟାର କରାଯିବା ସହ କୁହାଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କୁ ତେଲେଙ୍ଗାନାର ମନୋନିତ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରେୱନ୍ତ ରେଡ୍ଡି ସାକ୍ଷାତ କରି ରାଜ୍ୟରେ କଂଗ୍ରେସର ବିଜୟର ଶୁଭେଚ୍ଛା ଜଣାଇଛନ୍ତି ।
କଂଗ୍ରେସ ସୂତ୍ରରୁ ଜଣାପଡିଛି ଯେ, ରେୱନ୍ତ ନିଜର ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିଲେ ।

Show More

Related Articles

Back to top button