Breaking PLUSଦେଶମୁଖ୍ୟ ଖବର

ପ୍ରବଳ ଶୀତରେ କଶ୍ମୀରରେ ଜମିଲା ହ୍ରଦ

ଶ୍ରୀନଗର-ଜମ୍ମୁ-କଶ୍ମୀରରେ ଭୀଷଣ ଶୀତର ପ୍ରକୋପ ଜାରି ରହିଛି । ଶୀତଲହର ପ୍ରବଳ ହେବା କାରଣରୁ କଶ୍ମୀରରେ ହ୍ରଦ ଓ ପାଣି ପାଇପ ଜମିଯାଇଛି ।
କଶ୍ମୀରରେ ପ୍ରବଳ ଶୀତର 40ଦିନିଆ ଲମ୍ବା ଅବଧି ଯାହାକୁ ଚିଲ୍ଲଇ କଲାଂ କୁହାଯାଏ, ଶୁକ୍ରବାର ଏହାର ଦ୍ୱିତୀୟ ଦିନ । ଏହାର ଅବଧି ଜାନୁୟାରୀ 30ରେ ଶେଷ ହେବ । ପ୍ରବଳ ଶୀତ କାରଣରୁ ଘାଟିରେ ହ୍ରଦ ଆଂଶିକ ଭାବେ ଜମିଯାଇଛି । ଡାଲ୍ ଲେକରେ ନାବିକାମାନେ ଜମିଥିବା ପାଣିରେ ନିଜ ରାସ୍ତା ବନାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପୂରା ଅଞ୍ଚଳରେ ପାଣି ପାଇପ ଜମିଯାଇଛି । ଫଳରେ ଲୋକେ ପାଇପ ନିକଟରେ ନିଆଁ ଜାଳୁଥିବାର ଦେଖିବାକୁ ମିଳିଛି ।
ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 3.3 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବଳେ ଗୁଲମର୍ଗ ଓ ପହଲଗାମରେ ଶୂନ୍ୟରୁ ତଳକୁ 1ଡିଗ୍ରୀ ସେଲସିୟସ ଓ ଶୂନ୍ୟରୁ ତଳକୁ 4.8ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଜମ୍ମୁରେ ତାପମାତ୍ରା 8.5 ଡିଗ୍ରୀ ରେକର୍ଡ ହୋଇଯାଇଛି, କଟରାରେ 7.9 ଡିଗ୍ରୀ , ବଟୋତରେ 6.3 ଡିଗ୍ରୀ, ଭଦ୍ରୱାହରେ 3.5 ଡିଗ୍ରୀ ଓ ବନିହାଲରେ 3.8 ଡିଗ୍ରୀ ରେକର୍ଡ କରାଯାଇଛି ।

Show More

Related Articles

Back to top button