Breaking PLUSଦେଶମୁଖ୍ୟ ଖବର

ଦେଶରେ ଗତ 24ଘଣ୍ଟାରେ 328 ନୂଆ କୋଭିଡ ମାମଲା ଚିହ୍ନଟ, ଜଣେ ମୃତ

ନୂଆଦିଲ୍ଲୀ- ପୁଣି ଥରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା । ଦେଶରେ ଗତ 24ଘଣ୍ଟାରେ 328 ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ କୋଭିଡ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ କେରଳର ସ୍ଥିତି ଗମ୍ଭୀର ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗତ 24ଘଣ୍ଟାରେ କେରଳରେ 265 ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଜାତୀୟ ସ୍ତରରେ ସଂକ୍ରମିତଙ୍କ ସଂଖ୍ୟା କମ୍ ଆସିଛି । ଏବେ ଦେଶରେ 2997 ଜଣ ସକ୍ରିୟ ରୋଗୀ ରହିଛନ୍ତି ।
କରୋନାର ପ୍ରକୋପ ଦକ୍ଷିଣ ରାଜ୍ୟରେ ଅଧିକ ଦେଖିବାକୁ ମିଳିଛି । ଉତ୍ତର ଭାରତର ରାଜସ୍ଥାନରୁ ତିନୋଟି, ଉତ୍ତରପ୍ରଦେଶରୁ ଗୋଟିଏ, ଗୁଜରାଟରୁ 9ଟି, ମହାରାଷ୍ଟ୍ରରୁ 8, ତାମିଲନାଡୁରୁ 15, ତେଲେଙ୍ଗାନାରୁ 5, କର୍ଣ୍ଣାଟକରୁ 13ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button