ଓଡ଼ିଶାମୁଖ୍ୟ ଖବର

BSKYରେ ସାମିଲ ହେଲା କୋରାପୁଟ ଜିଲ୍ଲା

ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କୋରାପୁଟ ଜିଲ୍ଲା । ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ୧୨ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ପ୍ରଦାନ କରିବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୮୬୬ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂଫେରେନ୍ସିଂ ମାଧ୍ୟମରେ ସମ୍ପାଦନ କରିଥିବା ବେଳେ ୫ ଜଣ ମନ୍ତ୍ରୀ ଓ ୧୪ ଜଣ ରାଜ୍ୟ ନିଗମ ଅଧ୍ୟକ୍ଷ ଜିଲ୍ଲାର ବିଭିନ୍ନ ମଂଚଗୁଡିକରେ ଉପସ୍ଥିତି ରହି ଜନସାଧାରଣଙ୍କୁ ସ୍ବାସ୍ଥ୍ୟ କାର୍ଡ ଓ ଉଦ୍ଘାଟିତ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।

Show More

Related Articles

Back to top button