Breaking PLUSଓଡ଼ିଶାମୁଖ୍ୟ ଖବର

ନରସିଂହ ମିଶ୍ର: କୋଭିଡ ମୃତକଙ୍କ ପରିବାରକୁ ଦିଆଯାଉ ୪ ଲକ୍ଷ ଟଙ୍କାର ସହାୟତା ରାଶି

କୋଭିଡ ମୃତକଙ୍କ ପରିବାରକୁ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବଲାଙ୍ଗୀରର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ୪ ଲକ୍ଷ କରି ଦିଆଯାଉ । ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେବେ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ଦେବେ ।

ମୁଖ୍ୟମନ୍ତ୍ରୀ ୧ ଲକ୍ଷ ଟଙ୍କା ଦେବାକୁ ପଦକ୍ଷେପ ନିଅନ୍ତୁ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ । କେତେଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି ତାର ଯାଞ୍ଚ କରି ସଠିକ ତଥ୍ୟ ବାହାର କରି ସହାୟତା ଦିଅନ୍ତୁ ।

ସେପଟେ ଅଣ୍ଡା ମାଡ଼ ପ୍ରସଙ୍ଗରେ ନରସିଂହ କହିଛନ୍ତି, ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମସ୍ତଙ୍କର ଅଧିକାର ଅଛି ପ୍ରତିବାଦ କରିବା । ଅଣ୍ଡାମାଡ଼ ଦ୍ୱାରା କୌଣସି ଉଦ୍ଦେଶ୍ୟ ନାହିଁ କାହାକୁ ମାରିବା ପାଇଁ କିମ୍ବା କାହାକୁ ଆଘାତ ଦେବା ପାଇଁ । ତାହାକୁ ମୌଳିକ ଅଧିକାରରେ ନିଆଯାଇପାରିବ । ଯେଉଁମାନେ ଏହାକୁ ସମାଲୋଚନା କରୁଛନ୍ତି ଶାସକ ଦଳ ମନ୍ତ୍ରୀମାନେ ଗୁଣ୍ଡା ନେଇ ଯାଉଛନ୍ତି । ପ୍ରତିବାଦ କରିବା ଆଗରୁ ମୁଣ୍ଡ ଫଟାଇ ଦିଆଯାଉଛି । ରଡରେ ମାରିବେ ମୁଣ୍ଡ ଫଟେଇବେ, ସେଠି କେସ ହେବନି । ଅଣ୍ଡା ମାଡ଼ କଲେ ୩୦୭ ଦଫାରେ କେସ ହେବ । ଯେଉଁ ରାଜ୍ୟର ପୋଲିସ ମୁର୍ଖାମି କରେ ସେଠି କଣ ନ୍ୟାୟ ମିଳିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

Show More

Related Articles

Back to top button