ଖେଳ

ଆଇପିଏଲ ଟକ୍କର : ମୁହାଁମୁହିଁ ହେବେ କୋଲାକାତା ଏବଂ ହାଇଦ୍ରାବାଦ

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ କୋଲାକାତା ନାଇଟ୍ ରାଇଡର୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ତେବେ କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ ସନ୍ ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଏବଂ ପ୍ରଥମେ ବୋଲିଂ କରିବ କୋଲାକାତା ।

ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସନ ରାଇଜର୍ସ ହାଇଦ୍ରାବାଦ୍ ଏକପ୍ରକାର ପ୍ଲେ-ଅଫ୍ ଦୌଡରୁ ବାଦ ପଡିସାରିଥିବା ବେଳେ ପ୍ଲେ-ଅଫ ଆଡକୁ ଆଗକୁ ବଢିବାକୁ ଆଜି ଜୋରଦାର କସରତ କରିବ ଇୟନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲାକାତା ନାଇଟ୍ ରାଇଡର୍ସ । ପଏଣ୍ଟ ଟେବୁଲରେ କୋଲକାତା ୧୦ ଅଙ୍କ ସହ ଏବେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସନ୍ ରାଇଜର୍ସ ହାଇଦ୍ରାବାଦ ଏବଂ ମାତ୍ର ୪ ଅଙ୍କ ସହ ଟେବୁଲର ଶେଷରେ ରହିଛି ।

Show More

Related Articles

Back to top button