ସ୍ୱାସ୍ଥ୍ୟ

କିସମିସ ରେ ଚିକିତ୍ସା

ଆମେ ପ୍ରାୟ ସମସ୍ତେ କିସମିସ ସହିତ ପରିଚିତ ,କାରଣ କିସମିସ ପ୍ରାୟ ସମସ୍ତ ମିଠା ଜିନିଷରେ ବ୍ୟବହାର ହୁଏ l ଯେପରିକି ହଲୱା ,ଖିରି ପିଠା ଇତ୍ୟାଦିରେ l କିନ୍ତୁ ଏହି କିସମିସ ର ଅନେକ ଗୁଡିଏ ଔଷଧୀୟ ଗୁଣ ମଧ୍ୟ ରହିଛି l ଯାହା ହୁଏତ ବହୁତ କମ ଲୋକ ଜାଣିଥିବେ

କିସମିସ ରେ ଆଇରନ ମାତ୍ର ଖୁବ ଅଧିକ ଅଛି l ଶୀତ ଋତୁରେ କିସମିସ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକର l

* ରକ୍ତ ହୀନତା – କଳା କିସମିସ ୧୦ ଟି ନେଇ ରାତିରେ ଏକ କପ ପାଣିରେ ବତୁରାଈ ଦିଅନ୍ତୁ l ସକାଳେ ସେହି ପାଣିରେ କିସମିସକୁ ଚକଟି ପିଇ ଦିଅନ୍ତୁ l ଏହିପରି ମାସେ ପର୍ଯ୍ୟନ୍ତ କଲାପରେ ରକ୍ତରେ ହେମୋଗ୍ଲୋବିନ ର ମାତ୍ର ବଢ଼ିଯାଇ ଥାଏ l ଯାହା ରକ୍ତହୀନତାକୁ ଦୁରକରି ଥାଏ l

*ଗୁଟୁକା କିମ୍ବା ଖଇନି ଛଡ଼ାଇବାରେ ସାହାଯ୍ୟ କରେ -କିସମିସ ୫୦ ଗ୍ରାମ ,ଡାଲଚିନି ୫ ଗ୍ରାମ ,କିଛି ଅଳେଇଚ ନେଇ ତାହାକୁ ଭଲ ଭାବରେ ପେଷି ନିଅନ୍ତୁ l ଯେତେବେଳେ ଗୁଟକା ଖାଇବାକୁ ଇଛା ହେବ ସେଥିରୁ କିଛି ମାତ୍ରାରେ ପାଟିରେ ପକାନ୍ତୁ l ଦେଖିବେ କିଛି ଦିନପରେ ଆପଣଙ୍କର ଖଇନି ଖାଇବା ଅଭ୍ୟାସ ଛାଡ଼ିଯିବ l

*ଶରୀର ଦୁର୍ବଳତା ଦୂର କରେ – ସାଧାରତଃ ମ୍ୟାଲେରିଆ ଜର କିମ୍ବା ଅନ୍ୟ ଜର ହେଲେ ଶରୀର ଦୁର୍ବଳ ହୋଇଯାଏ l ଏହି ସମୟରେ ଥକ୍କା ଲାଗି ବିଛଣାରେ ପଡି ରହିବାକୁ ଇଛା ହୋଇଥାଏ l ସେହି ସମୟରେ କିସମିସ ଓ ଶୁଖିଲା ଅଁଳା କୁ ପାଣିରେ ସିଝାଇ ପିଇବା ଦ୍ୱାରା ଦୁର୍ବଳତା ଦୂର ହୋଇଥାଏ l

*ଶ୍ୱାସ ରୋଗ – ଶୀତ ଋତୁରେ ଶ୍ୱାସ ରୋଗ ବାହାରିବା ଏକ ସାଧାରଣ ସମସ୍ୟା l ଯଦି ଆପଣ ଜଣେ ଶ୍ୱାସ ରୋଗୀ ହୋଇଛନ୍ତି ତେବେ କିଛି କିସମିସ , ଲବଙ୍ଗ ୫ଟି ,ଅଳେଇଚ ୨ଟି ପାଣିରେ ପକାଇ ଆଞ୍ଚରେ ଭଲରେ ସିଝାନ୍ତୁ l ଏହାକୁ ଦିନକୁ ଦୁଇଥର ଉଷୁମ ଉଷୁମ ପିଅନ୍ତୁ l ଶୀତ ଋତୁରେ ଏହା ଶ୍ୱାସ ରୋଗ ପାଇଁ ରାମବାଣ l

*ଅମ୍ଳପିତ୍ତ – ଅମ୍ଳପିତ୍ତ ହେବାଦ୍ବାରା ଖାଦ୍ୟ ଠିକ୍ ରେ ହଜମ ହୁଏନାହିଁ l ଆମେ ଯାହା ବି ଖାଦ୍ୟ ଖାଇଥାଉ ତାହା ଏସିଡିଟିର ରୂପ ନିଏ ଓ ଆମ୍ବିଳା ହାକୁଟି ହେବା ସହିତ ପେଟ ମଧ୍ୟ ଫୁଲିଯାଏ l ଯଦି ଏହିପରି ହେଉଥାଏ ତେବେ ହରିଡ଼ାକୁ ଛେଚି କିସମିସ ସହିତ ପାଣିରେ ସିଝାଇ ପ୍ରତେକ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଦେଖିବେ ଅମ୍ଳପିତ୍ତ ଠିକ ହୋଇଯିବ l

Show More

Related Articles

Back to top button