ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ସାମାନ୍ୟ ବଚସା ପାଇଁ କକାକୁ ହତ୍ୟା

ଦିନକୁ ଦିନ ହଜିଯାଉଛି ମାନବିକତା । ମରିଯାଉଛି ମଣିଷପଣିଆ । ସାମାନ୍ୟ ବଚସାକୁ ନେଇ କକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲେ ଭଣଜା ଓ ପୁତୁରା । ବାରିପଦା ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମନମରା ଗ୍ରାମରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଉକ୍ତ ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ପଥରଚକୁଳି ଗ୍ରାମର ଏକ ପରିବାରରେ କୌଣସି କାରଣରୁ କଳହ ହେବାରୁ ରତିକାନ୍ତ ଭକ୍ତାଙ୍କୁ ତାଙ୍କ ପୁତୁରା ଓ ଭଣଜା ହତ୍ୟା କରି ଗଛରେ ଝୁଲାଇ ଦେଇଥିଲେ । ହତ୍ୟା ପରେ ଘଟଣାକୁ ଆତ୍ମହତ୍ୟାରେ ରୂପ ଦେଉଥିବା ନେଇ ଥାନାରେ ଅଭିଯୋଗ ହେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଦାର କରି ପୁତୁରା ଓ ଭଣଜାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

ସାଇଣ୍ଟିଫିକ ଟିମ ସହାୟତାରେ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତରଫରୁ ଏପର୍ଯ୍ୟନ୍ତ କିଛି ସୂଚନା ହସ୍ତଗତ ହୋଇନାହିଁ ।

Show More

Related Articles

Back to top button