ଜୀବନଚର୍ଯ୍ୟାବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ। ତାଙ୍କୁ ହତ୍ୟା ଧମକ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ସେ ବନ୍ଧୁକ ଲାଇସେନ୍ସ୍‌ ପାଇଁ ଆବେଦନ କରିଛନ୍ତି। ତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। ମୁମ୍ବାଇ ପୋଲିସ କହିଛି ଯେ ସଲମାନ ଖାନ ଧମକପୂର୍ଣ୍ଣ ଚିଠି ପାଇବା ପରେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆତ୍ମରକ୍ଷା ପାଇଁ ବନ୍ଧୁକ ଲାଇସେନ୍ସ ଆବେଦନ କରଥିଲେ। ଏବେ ତାଙ୍କୁ ଏହା ଯୋଗାଇ ଦିଆଯାଇଛି। ଏହାପୂର୍ବରୁ ଏକ ଏନଜିଓ ସଲମାନ ଖାନଙ୍କ ଅସ୍ତ୍ର ଲାଇସେନ୍ସକୁ ବିରୋଧ କରିଥିଲା। ସଂଘର୍ଷ ଏନଜିଓର ଅଧ୍ୟକ୍ଷ ପୃଥ୍ବୀରାଜ ମସ୍କେ ସଲମାନ ଖାନଙ୍କ ଲାଇସେନ୍ସକୁ ବିରୋଧ କରି ମୁମ୍ବାଇ ପୋଲିସକୁ ଚିଠି ଲେଖି କହିଥିଲେ ଯେ ଅତୀତରେ ସଲମାନ ଖାନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ଶର୍ଟ ଟେମ୍ପର ହୋଇ ସେ ଯେକୌଣସି ସମୟରେ ସେହି ଅସ୍ତ୍ରର ଅପବ୍ୟବହାର କରିପାରନ୍ତି। ଯେତେବେଳେ ସଲମାନ ଖାନଙ୍କର ମୁମ୍ବାଇ ପୋଲିସ ଠାରୁ ଆରମ୍ଭ କରି ବେସରକାରୀ ସୁରକ୍ଷାକର୍ମୀ ପର୍ଯ୍ୟନ୍ତ ଏତେ ସୁରକ୍ଷା ଅଛି, ତାଙ୍କର ଅସ୍ତ୍ରଶସ୍ତ୍ରର ଆବଶ୍ୟକତା କାହିଁକି? କିଛି ଦିନ ପୂର୍ବରୁ ଦବଙ୍ଗ ଖାନ ମୁମ୍ବାଇ ପୋଲିସ କମିଶନର ବିବେକ ଫନସାଲକରଙ୍କୁ ମଧ୍ୟ ଭେଟିଥିଲେ। ମୁମ୍ବାଇ ପୋଲିସର କମିଶନର ତାଙ୍କଠାରୁ ଜାଣିବାକୁ ଚେଷ୍ଟା କରିଥିଲେ ଯେ ସେ କେଉଁ ପ୍ରକାର ଧମକ ପାଇଛନ୍ତି ଏବଂ ପରେ ସଲମାନ ଖାନଙ୍କୁ ତାଙ୍କ ସୁରକ୍ଷା ବିଷୟରେ କହିଥିଲେ । ଜୁନ ୫ ରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ, ସଲମାନ ଖାନ ଏବଂ ସଲିମ ଖାନ ଗ୍ରହଣ କରିଥିବା ଧମକପୂର୍ଣ୍ଣ ଚିଠିରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରି ଅବସ୍ଥା ହେବ ବୋଲି ଲେଖାଯାଇଥିଲା। ଲରେନ୍ସ ବିଷ୍ନୋଇ ୧୯୯୮ ମସିହାରେ ସଲମାନ ଖାନ ଶିକାର କରିଥିବା କୃଷ୍ଣସାର ମୃଗର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ବିଷ୍ନୋଇ ନିଜେ ପୋଲିସ ରିମାଣ୍ଡରେ ପ୍ରକାଶ କରିଛନ୍ତି ଯେ ସେ ୨୦୧୮ ମସିହାଠାରୁ ସଲମାନ ଖାନଙ୍କ ହତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସେ ଏକ ସ୍ୱତନ୍ତ୍ର ରାଇଫଲ ମଧ୍ୟ କିଣିଥିଲେ, ଯେଉଁଥିପାଇଁ ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

Show More

Related Articles

Back to top button