Breaking PLUSଦେଶମୁଖ୍ୟ ଖବର

କାଲି କୋର୍ଟରେ ମଦ ଦୁର୍ନୀତିର ଟଙ୍କା ନେଣଦେଶର ଖୁଲାସା କରିବେ କେଜରିୱାଲ-ସୁନୀତି କେଜରିୱାଲ

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତି କେଜରିୱାଲ ବୁଧବାର କହିଛନ୍ତି ଯେ, ତାଙ୍କ ସ୍ୱାମୀ କାଲି କୋର୍ଟରେ ଖୁଲାସା କରିବେ ମଦ ଦୁର୍ନୀତିର ଟଙ୍କା କେଉଁଠି ଅଛି ।ଏକ ପ୍ରେସମିଟରେ ସୁନୀତି କହିଛନ୍ତି ଯେ, ଇଡି ଦ୍ୱାରା ରେଡ୍ ସମୟରେ କୌଣସି ଟଙ୍କା ମିଳିନଥିଲା । ସେ କହିଛନ୍ତି ଯେ, ଇଡି ଦିଲ୍ଲୀର ଅନେକ ମନ୍ତ୍ରୀଙ୍କ ଠିକଣାରେ ରେଡ୍ କଲା, କିନ୍ତୁ ସେମାନଙ୍କୁ କିଛି ପଇସା ମିଳିଳାନାହିଁ । ଅରବିନ୍ଦ କେଜରିୱାଲ ମାର୍ଚ୍ଚ 28ରେ କୋର୍ଟରେ ଟଙ୍କା କେଉଁଠି ଅଛି ତାର ଖୁଲାସା କରିବେ । ସେ କହିଛନ୍ତି, ସେ କାଲି ଜେଲରେ କେଜରିୱାଲଙ୍କୁ ଭେଟିଥିଲେ । ତାଙ୍କର ଡାଇବେଟିସ ଅଛି । ତେବେ ଦୃଢ ସଂକଳ୍ପ କାରଣରୁ ଚିନ୍ତାର କୌଣସି ବିଷୟ ନାହିଁ ।

Show More

Related Articles

Back to top button