Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ ଧାମର ଦ୍ୱାର

କେଦାରନାଥ ଧାମ-ବାବା କେଦାରନାଥ ଧାମର ଦ୍ୱାର ଭାଇ ଦୁଜ ଅବସରରେ ଆଜି ସକାଳ ସାଢେ 8ଟାରେ ବିଧିବିଧାନର ସହ ଶୀତକାଳ ପାଇଁ ବନ୍ଦ କରାଯାଇଛି । ଏଥିପାଇଁ ମନ୍ଦିରକୁ ସ୍ୱତନ୍ତ୍ର ଭାବେ ଫୁଲରେ ସଜାଯାଇଥିଲା । ଏହି ଅବସରରେ ଅଢେଇ ହଜାରରୁ ଅଧିକ ତୀର୍ଥଯାତ୍ରୀ ଉପସ୍ଥିତ ଥିଲେ । ମନ୍ଦିର ପରିସରରେ ବ୍ୟାଣ୍ଡ ବାଜା ବାଜିବା ସହ ମନ୍ଦିର ପରିସର ଜୟ କେଦାର ଏବଂ ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ଏହି ଅବସରରେ ପାଗ ମଧ୍ୟ ଭଲ ଥିଲା । ଆଜି ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ମନ୍ଦିରର ଦ୍ୱାର ଖୋଲିଥିଲା । ଏହାପରେ ପୂଜାର୍ଚ୍ଚନା ଓ ଦର୍ଶନ ହୋଇଥିଲା । ଏବଂ ଶେଷରେ ଦ୍ୱାର ବନ୍ଦ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସ୍ୱୟମ୍ଭୁ ଶିବଲିଙ୍ଗଙ୍କର ଶୃଙ୍ଗାର କଢାଯାଇ, ରାୱଲ ଭୀମଶଙ୍କର ଲିଙ୍ଗଙ୍କ ଉପସ୍ଥିତିରେ ପୂଜାରୀ ଶିବଲିଙ୍ଗରେ ସ୍ଥାନୀୟ ଶୁଖିଲା ଫୁଲ, ବ୍ରହ୍ମକମଳ, କୁମଜା ଓ ଭସ୍ମ ଦେଇଥିଲେ । ସକାଳ ସାଢେ 6ଟାରେ ଗର୍ଭଗୃହରେ ସମାଧି ପୂଜା ଶେଷ ହୋଇଥିଲା । ଏହାପରେ ମନ୍ଦିର ବେଢାରେ ଥିବା ଛୋଟ ଛୋଟ ମନ୍ଦିରକୁ ମଧ୍ୟ ବନ୍ଦ କରାଯାଇଥିଲା । ଠିକ୍ ସାଢେ 8ଟାରେ କେଦାରନାଥ ମନ୍ଦିରର ଦକ୍ଷିଣ ଦ୍ୱାର ବନ୍ଦ କରାଯାଇଥିଲା, ଏହାପର ତୁରନ୍ତ ପରେ ପୂର୍ବ ଦ୍ୱାର ବନ୍ଦ କରାଯାଇଥିଲା । ଏହି ଅବସରରେ ଭାରତୀୟ ସେନା, ଆଇଟିବିପି, ଓ ଦାତାମାନେ ତୀର୍ଥଯାତ୍ରୀଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରିଥିଲେ । ଦ୍ୱାର ବନ୍ଦ ହେବା ପରେ ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ସବାରି ହଜାର ହଜାର ତୀର୍ଥଯାତ୍ରୀଙ୍କ ସହ ସେନାର ବ୍ୟାଣ୍ଡ ସହିତ ରାମପୁର ଅଭିମୁଖେ ଯାଇଥିଲା ।

Show More

Related Articles

Back to top button