ହିନ୍ଦୁ ଧର୍ମ ସହିତ ଶିଖ ଧର୍ମରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି ,ଶିଖ ଧର୍ମ ଅନୁସାରେ ଏହି ଦିନ ଶିଖ ଧର୍ମର ସଂସ୍ଥାପକ ଗୁରୁ ନାନକଙ୍କର ଜୟନ୍ତୀ ଅଟେ l କାର୍ତ୍ତିକ ପୂର୍ଣ୍ଣିମାକୁ ଅନେକ ଗୁଡିଏ ନାମରେ ଜାଣିବାକୁ ମିଳିଥାଏ l ଯେପରି କି ତ୍ରିପୁରୀ ପୂର୍ଣ୍ଣିମା ,ଦେବା ଦୀପାବଳି ଇତ୍ୟାଦି l ଏହା ଭାରତର ସବୁଠୁ ପୁରୁଣା ଓ ପ୍ରସିଦ୍ଧ ପର୍ବ ଅଟେ ,କେଉଁ ପୁରୁଣା ଯୁଗରୁ ଏହି ପର୍ବର ମହତ୍ୱ ଆମ ଭାରତରେ ରହି ଆସିଛି l ସାରା ଭାରତବର୍ଷର ଲୋକମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନଟିକୁ ପାଳନ କାରିଥାନ୍ତି l କାର୍ତ୍ତିକ ମାସ ସାରା ଅନେକ ଲୋକ ଆମିଷ ପରିତ୍ୟାଗ କରି କାଷ୍ଠା ଭାବରେ ବ୍ରତ ପାଳିଥାନ୍ତି l
ଏହି ଦିନକୁ ନେଇ ଅନେକ ଗୁଡିଏ ତର୍କ ମଧ୍ୟ ଆମ ହିନ୍ଦୁ ଧର୍ମରେ ଦେଖିବାକୁ ମିଳିଥାଏ l କେହି କୁହନ୍ତି ଶିବଙ୍କର ଯୋଦ୍ଧା ପୁତ୍ର କାର୍ତ୍ତିକଙ୍କ ଜନ୍ମଦିନ ପାଇଁ ଏହି ଦିନ ପାଳିତ ହୁଏ l ପୁଣି ମଧ୍ୟ ଶୁଣିବାକୁ ମିଳିଥାଏ ଭଗବାନ ବିଷ୍ଣୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ନିଜର ପ୍ରଥମ ଅବତାର ମତ୍ସ୍ୟ ଅବତାର ଧାରଣା କରିଥିଲେ ,ପୁରାଣ ଶାସ୍ତ୍ର ଅନୁସାରେ କାର୍ତିକ ପୂର୍ଣ୍ଣିମା ଦିନ ଭଗବାନ ଶିବ ପରାକ୍ରମୀ ରାକ୍ଷସ ତ୍ରିପୁରା ସୁରକୁ ସଂହାର କରିଥିଲେ l ଏହି କାରଣରୁ ଉଭୟ ବିଷ୍ଣୁ ଓ ଶିବ ଭକ୍ତଙ୍କ ପାଇଁ କାର୍ତ୍ତିକ ପୂର୍ଣ୍ଣିମାର ମହତ୍ୱ ରହିଛି l ଆହୁରି ମଧ୍ୟ କୁହାଯାଏ ଯେ ଏହି ଦିନ ବ୍ରହ୍ମା ,ବିଷ୍ଣୁ ,ମହେଶ୍ୱର ,ଅଙ୍ଗିରା ଓ ଆଦିତ୍ୟଙ୍କ ଭଳି ଦେବତା ମାନଙ୍କ ପାଇଁ ପାଳନ କରାଯାଇଥାଏ l କାର୍ତ୍ତିକ ପୂର୍ଣ୍ଣିମାର ପୂର୍ବ ପାଞ୍ଚ ଦିନକୁ ପଞ୍ଚୁକ ଭାବରେ ପାଳିତ ଭାବରେ ପାଳିତ ହୁଏ l ଆମ ଓଡ଼ିଆ ଘରେ ମଧ୍ୟ ଏହି ମାସର ବିଶେଷ ମହତ୍ୱ ରହିଛି l
ଓଡ଼ିଆ ଘରେ ମାସସାରା ତୁଳସୀ ଚଉଁରାର ବିଶେଷ ପୂଜା କରାଯାଇଥାଏ l ଘରେ ଘରେ ଆମିଷ ପରିତ୍ୟାଗ କରାଯାଏ ,ଏହା ଏକ ଧର୍ମର ମାସ ହୋଇଥିବାରୁ ସମସ୍ତେ ଏହାକୁ ଭଗବାନଙ୍କ ପ୍ରତି ନିଜର ସ୍ନେହ ଓ ଭକ୍ତି ଦେଖାଇ ଶ୍ରଦ୍ଧାର ସହ ପୂଜା କରନ୍ତି l ପଞ୍ଚୁକ ପାଞ୍ଚଦିନ ମଧ୍ୟ ଓଡ଼ିଆ ଘରେ ବିଶେଷ ମହତ୍ୱ ରହିଛି l ପୁରାଣରେ ଉଲେଖ ରହିଛି ଏହା ଗୋଟିଏ ଧର୍ମର ମାସ ହୋଇଥିବା କାରଣରୁ ସାରା ଓଡିଶା ବାସୀ ଏହି ମାସଟିକୁ ଖୁସି ଓ ଉଲ୍ଲାସର ସହିତ ପାଳନ କରନ୍ତି l ଗଙ୍ଗା ସ୍ନାନର ବିଶେଷ ମହତ୍ୱ କାର୍ତିକ ପୂର୍ଣ୍ଣମୀ ଦିନ ରହିଛି l ପୁରାଣରେ ଉଲେଖ ରହିଛିଯେ ଏହି ଦିନ ଧର୍ମ ,ଅର୍ଥ,କାମ ଓ ମୋକ୍ଷ ଭଳି ଚାରିଟି ପୁରୁଷାର୍ଥକୁ ଦାନ ଦେଉଥିବା ଦିନ ଭାବରେ ଗ୍ରହଣ କରାଯାଏ l
ହିନ୍ଦୁ ଧର୍ମର ଶାସ୍ତ୍ରରେ ମଧ୍ୟ କୁହl ଯାଇଛି ଯେ ଭରଣୀ ନକ୍ଷତ୍ରରେ ଗଙ୍ଗା ସ୍ନାନ ଓ ପୂଜନ କରିବା ଦ୍ୱାରା ସମସ୍ତ ଐଶର୍ଯ୍ୟ ଓ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ l ଦୀପାବଳି ଅମାବାସ୍ୟାର ୧୫ ଦିନ ପରେ କାର୍ତିକ ପୂର୍ଣ୍ଣିମା ପଡିଥାଏ l ଲୋକମାନଙ୍କର ଆସ୍ଥା ରହିଛି ଯଦି ଏହିଦିନ ଈଶ୍ୱରଙ୍କର ଆରାଧନା କରାଯାଏ ତେବେ ନିଜ ଭିତରେ ଥିବା ସମସ୍ତ ତାମସିକ ପ୍ରବୃତି ଦୁରେଇ ଯାଇଥାଏ lଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ୬ ଦିନ ପଡିଛି l ଏହି ମାସରେ ୨୫ ବର୍ଷ ପରେ ଆମ ବଡ଼ ଠାକୁର କାଳିଆ ଠାକୁରଙ୍କ ନାଗାର୍ଜୁନ ବେଶ ପଡି ଥିଲା l ଏହି ଅପୂର୍ବ ସଂଯୋଗ ୨୫ ବର୍ଷ ପରେ ଦେଖା ଦେଇଥିଲେ ମଧ୍ୟ ତାଙ୍କର ଭକ୍ତ ମାନେ ତାଙ୍କ ସେହି ମନମୋହକ ରୁପକୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି l ଲାଗୁଛି ସତେକି ପ୍ରଭୁ ଏହି ନାଗାର୍ଜୁନ ବେଶ ପରେ କରୋନା ରାକ୍ଷସକୁ ଆମ ଧରା ପୃଷ୍ଠାରୁ ଦୁରେଇ ଦେବେ l
ପୁରୁଣା କାଳର ପରମ୍ପରା ଥିଲା କାର୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭଷା ଯାଇଥାଏ ଏଥିପାଇଁ କାରଣ ଓଡ଼ିଆ ପୁଅ ବୋଇତ ମେଲାଇ ସାତ ଦରିଆ ପରି ଯାଇଥାଏ ବ୍ୟାପାର ବଣିଜ କରିବା ପାଇଁ l ତେଣୁ ସେହି ସମୟରୁ ରହି ଆସିଛି କାର୍ତ୍ତିକ ପୁର୍ଣିମାର ମହତ୍ୱ l ଯେତେବେଳେ ଓଡ଼ିଆ ପୁଅ ବଣିଜ କରିବାକୁ ଯାଏ ସେତେବେଳେ ତାକୁ ଓଡ଼ିଆ ବୋହୁ ମାନେ ବନ୍ଦାପନା କରି ବିଦାୟ ଦେଇ ଥାନ୍ତି l ସେତେବେଳେ ସେ ଫେରିବା ବେଳକୁ କେତେଯେ ଧନ ସମ୍ପଦ ନେଇ ନିଜ ସହିତ ଫେରିଥାଏ l କିନ୍ତୁ ଆଜି ଆଉ ସେ ସମୟ ନାହିଁ l ସେହି ସମୟର ଏହି ସଂକୃତି ଆଜି ମଧ୍ୟ ଓଡିଶା ମାଟିରେ ବଞ୍ଚି ରହିଥିଲେ ସୁଦ୍ଧା ତାହାକୁ ଗୋଟିଏ ପର୍ବ ଭାବରେ କେବଳ ପାଳନ କରାଯାଉଛି l ସେତେବେଳର ସମୟ ଓ ଏବେକାର ସମୟ ମଧ୍ୟରେ ଅନେକ ଫରକ ଆସି ଯାଇଛି l ଓଡ଼ିଆ ପୁଅ ବିଦେଶ ଯାଉଛି ସତ କିନ୍ତୁ ଆଉ ଫେରୁନାହିଁ l
ପୁରୁଣା ସମୟକୁ ମାନେ ପକାଇ ଆଜିର ସମାଜ କିଛିଟା ଶିକ୍ଷା କରିଛି l ସମସ୍ତେ ଏବେ ପରଦେଶୀ ହୋଇ ଗଲେଣି l କେବଳ ନିଜର କର୍ମମୟ ଜଞ୍ଜାଳ ଭିତରେ ଜୀବନ ଓ ଜୀବିକା ପାଇଁ ସଂଘର୍ଷ ଚଳାଇଛନ୍ତି l ଆଗରୁ ଆମେ ଜେଜେମା ଦାଦା ଓ ଖୁଡିଙ୍କ ସହିତ ସମସ୍ତ ପର୍ବ ପର୍ବାଣି ପାଳନ କରୁଥିଲୁ ,କିନ୍ତୁ ବର୍ତ୍ତମାନ ଆଉ ସେ ଯୌଥ ପରିବାର ଦେଖିବାକୁ ମିଳୁନାହିଁ l ସମସ୍ତେ ନିଜନିଜ ଧନ୍ଦାରେ ରହି ନିଜନିଜ ସ୍ଥାନରେ ସମସ୍ତ ପର୍ବ ପର୍ବାଣି ପାଳନ କରୁଛନ୍ତି l ଆମର ସଂସ୍କୃତି ସେହି ପୁରୁଣା ଦିନକୁ ଝୁରୁଛି ହେଲେ ଆଉ ସେ ପୁରୁଣା ଦିନ ଭଳି ଗହଳ ଚହଳ ନାହିଁ l ଗାଁ ଗହଳିର ସେତବେଳର ମଜା ଥିଲା ନିୟର କିନ୍ତୁ ଏବେ ତାହା ଧୀରେ ଧୀରେ ଫିକା ପଡ଼ିବାକୁ ଲାଗିଛି l ସମୟର ସୁଅରେ କାର୍ତ୍ତିକ ପୂର୍ଣ୍ଣମୀର ପରମ୍ପରା ମଧ୍ୟ ଭାସି ଯିବାକୁ ବସିଲାଣି l ଚଳିତ ବର୍ଷର ଏହି କରୋନା ମହାମାରୀ ସବୁ ପର୍ବ ପର୍ବାଣିକୁ ଫିକା ପକାଇଲା ଭଳି କାର୍ତ୍ତିକ ପୂର୍ଣ୍ଣମୀ ମଧ୍ୟ ଫିକା ପଡିଯାଇଛି l