ସ୍ୱାସ୍ଥ୍ୟ

ଏହି ପାଞ୍ଚଟି ଉପାୟରେ ଖାଆନ୍ତୁ ଦହି, ଶରୀରକୁ ମିଳିବ ବହୁତ ଫାଇଦା

ଦହି ଗୋଟିଏ ଏପରି ଖାଦ୍ୟ ଯାହା ଶରୀରକୁ ବିଭିନ୍ନ ପ୍ରକାର ଲାଭ ଦେଇଥାଏ ,ଗବେଷକ ମାନେ ଦହିକୁ ଗୋଟିଏ ଔଷଧ ଠାରୁ କମ ବୋଲି ଭାବି ନଥାନ୍ତି l ଦହି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି ଏବଂ ପସନ୍ଦ ଅନୁସାରେ ଏହାକୁ ଯେକୌଣସି ଋତୁରେ ଖିଆଯାଇ ପାରିବ l ଏହା ବ୍ୟତୀତ ଦହିର ଗୁଣକୁ ଦେଖିବାକୁ ହେଲେ ଏଥିରେ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ରହିଛି l କାରଣ ଦହି ଖାବ ଦ୍ୱାରା ଖାଦ୍ୟ ହଜମ ଠିକରେ ହୋଇଥାଏ ,ଇମ୍ୟୁନ ସିଷ୍ଟମ ମଝବୁତ ରହିଥାଏ ଓ ଏଥିରେ ଥିବା ମିନେରାଲସ ଭିଟାମିନ ରୋଗକୁ ଆପଣଙ୍କ ଶରୀର ଠାରୁ ଦୂରରେ ରଖେ

ଦହି ଖାଇବାର ଯେଉଁ ଲାଭ ସବୁ ରହିଛି ସେଗୁଡିକ ବିଷୟରେ ଆଜି ଆସନ୍ତୁ ଜାଣିବା l

ଦହି ଖାଇବାର ଲାଭ –

ଦହି କହିବା ଦ୍ୱାରା ଭୋକ ବଢିଥାଏ ଓ ଦହିରୁ ଆମକୁ ଶକ୍ତି ମିଳେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଦହି ବଦହଜମି ,ଡାଇରିଆ ଓ ମୂତ୍ର ସମ୍ବଧୀୟ ରୋଗକୁ ଦୂର କରିଥାଏ l ଯେତେବେଳେ ବି ଆପଣ ଦହି ଖାଉଛନ୍ତି ଦିନରେ ଖାନ୍ତୁ ,ରାତିରେ ଦହି ଖାଇବା ଦ୍ୱାରା ହଜମ ହୋଇ ନଥାଏ l ଦହିରେ କଳା ଲୁଣ ଓ ଜିରାଗୁଣ୍ଡ ମିଶାଇ ଖାଇଲେ ଡୈଜେଷ୍ଟସିଷ୍ଟମ ମଝବୁତ ହୋଇଥାଏ l ଦହି ଖାଇଲେ ତ୍ୱଚାରେ ଚମକ ଆସିଥାଏ l ଏଥିରେ ଏକ ପ୍ରକାରର ଲାଭ ଦାୟକ ବ୍ୟାକ୍ଟେରିଆ ମିଳେ ଯାହା ଖାଦ୍ୟ ହଜମ କରିବାର ଶକ୍ତିକୁ ଦ୍ରୁତ କରିଥାଏ l ଦହି ଆୟୋଡିନର ଗୋଟିଏ ଭଲ ସୋର୍ସ ଅଟେ l ଗର୍ଭବତୀ ସ୍ତ୍ରୀ ଲୋକମାନେ ଆୟୋଡିନର କାମିକୁ ଦୁରେଇବା ପାଇଁ ଦହି ଖାଇବା ଆବଶ୍ୟକ l ଦହିରେ କ୍ୟାଲସିୟମ ,ଫସଫରସ ,ଭିଟାମିନ-ବି ୧୨ ,ପୋଟାସିୟମ ଜିଙ୍କ ଇତ୍ୟାଦି ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l

ଦହି ଖାଇବାର ୫ଟି ଉପାୟ –

ଦହିରେ ଡାଳିମ୍ବ ,ସେଓ ,ଷ୍ଟ୍ରବେରି ମିଶାଇ ଖାଇବ ଦ୍ୱାରା ଶରୀରକୁ ସ୍ଟେଜଟା ମିଳିବ ସହିତ କାମ କରିବରେ ସ୍ପୃହା ଆସିଥାଏ l

2. ନରମ ରୁଟି ପ୍ରସ୍ତୁତ କରିବା ପାଇଁ ଅଟାରେ ଦହି ମିଶାଇ ଦଳିବା ଦ୍ୱାରା ଏହି ରୁଟିର ଖାଦ୍ୟ ଗୁଣ ବଢି ଯାଇଥାଏ ଓ ଶରୀରକୁ ଅଧିକ ପରିମାଣରେ ପୋଷକତତ୍ୱ ମିଳେ l

3. ଛୋଟ ପିଲାମାନଙ୍କୁ ମିଠା ଦହି ଖାଇବାକୁ ଦେବା ଦ୍ୱାରା ସେମାନଙ୍କ ଶରୀରରେ କ୍ୟାଲସିୟମର କମି ଦୂର ହୋଇଥାଏ l

4. ଗରମ ଦିନରେ କାକୁଡି ସହିତ ଦହିର ସମିଶ୍ରଣ ପେଟକୁ ଥଣ୍ଡା ରାଖିବା ସହିତ ଅନ୍ତନଳୀର ସମସ୍ତ ଖରାପ ପ୍ରଭାବକୁ ମଧ୍ୟ ଦୁରାଇ ଥାଏ l

5. ଯଦି ୧୦୦ ଗ୍ରାମ ଦହିର କଥା କୁହାଯାଏ ତେବେ ସେଥିରେ ମାତ୍ର ୪ ପ୍ରତିଶତ ଫ୍ୟାଟ ରହିଛି ଯାହା ଓଜନ ବୃଦ୍ଧି ହେବାକୁ ଦିଅ ନାହିଁ l

Show More

Related Articles

Back to top button