ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

କାର୍ତିକ ପୁର୍ଣିମା ଦିନ ସ୍ନାନ କରି ଏହି ୩ଟି ଉପାୟରେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇପାରିବ

କାର୍ତିକ ପୂର୍ଣ୍ଣମୀ ଆମ ହିନ୍ଦୁ ପରମ୍ପରାର ଏକ ବିଶେଷ ପର୍ବ ଅଟେ l ଏହି ପୂର୍ଣ୍ଣମୀ ହିନ୍ଦୁ ମାନଙ୍କର ଏକ ଧର୍ମର ମାସ ଭାବରେ ଗଣନା କରାଯାଇଥାଏ l ସମସ୍ତ ହିନ୍ଦୁ ପରିବାର ଏହି ଦିନଟିରେ ଧର୍ମ ଅର୍ଜନ କରିବା ପାଇଁ ବିଭିନ୍ନ ମନ୍ଦିର ଓ ଶୈବ ପିଠାକୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯାଇଥାନ୍ତି l ଏହି ବିଶେଷ ଦିନରେ ଦାନ ଧର୍ମ ଓ ପୂଜା ପାଠ ଉପରେ ମହତ୍ୱ ଦିଆଯାଏ

ଚଳିତ ବର୍ଷର କାର୍ତିକ ପୂର୍ଣ୍ଣମୀ ରୋହିଣୀ ନକ୍ଷତ୍ରରେ ପଡୁଛି ,ତେଣୁ ଏହି ଦିନ ସ୍ନାନ ଓ ଦାନର ବିଶେଷ ମହତ୍ୱ ରହିଛି l ରୋହିଣୀ ନକ୍ଷତ୍ରରେ କାର୍ତିକ ପୁର୍ନମି ପଡୁଥିବା କାରଣରୁ ଗୃହସ୍ଥ ବ୍ୟକ୍ତି ମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଦାୟକ l କାର୍ତିକ ପୁର୍ନମି ଦିନ ଦେବ ଦୀପାବଳି ଓ ଗୁରୁନାନାକ ଜୟନ୍ତୀ ମଧ୍ୟ ପାଳନ କରାଯିବ l

କାର୍ତିକ ପୂର୍ଣ୍ଣମୀଟିକୁ ହିନ୍ଦୁ ଧର୍ମରେ ଦେବତା ମାନଙ୍କର ଦୀପାବଳୀର ଉତ୍ସବ ବୋଲି କୁହାଯାଏ l ଏହି ଉତ୍ସବ ଭଗବାନ ବିଷ୍ଣୁଙ୍କ ସହିତ ଯୋଡି ହୋଇଛି l ପୌରାଣିକ ମାନ୍ୟତା ଅନୁସାରେ ଦେବତା ମାନେ ଏହି ଦିନ ଦୀପାବଳି ପାଳନ କରିବା ପାଇଁ ପୃଥିବୀ ପୃଷ୍ଠାକୁ ଆସିଥାନ୍ତି l ତେଣୁକରି ଏହି ଦିନର ଏକ ଗୁରୁତ୍ୱ ପୂର୍ଣ୍ଣ ମହତ୍ୱ ରହିଛି l ଗୁରୁନାନାକଙ୍କ ଜୟନ୍ତୀ ସେହି ଭଳି ଶିଖ ସମ୍ପ୍ରଦାୟ ପାଇଁ ଏକ ବିଶେଷ ଦିନ ଅଟେ l ଚଳିତ ବର୍ଷ ଗୁରୁନାନାକଙ୍କର ୧୫୧ ତମ ପ୍ରକାଶ ଉତ୍ସବ ପାଳିତ ହେବ l କାର୍ତିକ ପୂର୍ଣ୍ଣମୀ ଦିନ ଏହି ତିନିଟି ଉପାୟ ଅବଲମ୍ବନ କଲେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ ହେବ l

* କାର୍ତିକ ପୁର୍ଣ୍ଣମୀ ଦିନ ତୁଳସୀ ପୂଜନର ବିଶେଷ ମହତ୍ୱ ରହିଛି l ତୁଳସୀଙ୍କ ମା ଲକ୍ଷ୍ମୀଙ୍କର ସ୍ୱରୂପ ଭାବରେ ଗ୍ରହଣ କରାଯାଇଥାଏ l ଏହି ଦିନ ତୁଳସୀ ପୃଥିବୀ ଉପରକୁ ବନସ୍ପତି ଭାବରେ ଆସିଥାନ୍ତି l ସେଥିପାଇଁ ଏହି ଦିନ ତାଙ୍କର ପୂଜା ବିଧାନ କରାଯାଏ l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ମାନେ କାର୍ତିକ ପୂର୍ଣ୍ଣମୀ ଦିନ ତୁଳସୀଙ୍କ ପୂଜା କରନ୍ତି ମାତା ଲକ୍ଷ୍ମୀଙ୍କ କୃପାରୁ ଅହିସୁଲକ୍ଷଣୀ ହୁଅନ୍ତି l

* ନଦୀରେ ସ୍ନାନ କରି ପୂଜାପାଠ ଓ ଦାନ କରିବା ପରେ ମନ୍ଦିରରେ ଘିଅ ଦୀପ ଜଳାଇବା ଆବଶ୍ୟକ ଅଟେ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ସହିତ ସୁଖ ସମୃଦ୍ଧି ଲାଭ ହୋଇଥାଏ l

* କାର୍ତିକ ପୁର୍ଣ୍ଣମୀ ଦିନ ନିଜ ପିତୃ ପୁରୁଷଙ୍କ ନାମରେ ଦୀପ ଦାନ କରିବାର ପରମ୍ପରା ପୁରାଣ ଯୁଗରୁ ରହି ଆସିଛି l ପରିବାରର ଆର୍ଥିକ ପରିସ୍ଥିତି ସୁଧୁରିବ ସହିତ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି ଦୀପ ଦାନର ମହତ୍ୱ ରହିଛି l ଦେବ ଦୀପାବଳି ଦିନ ପିତୃ ପୁରୁଷଙ୍କୁ ଦୀପ ଦାନ ଦ୍ୱାରା ସନ୍ତୁଷ୍ଟ କଲେ ଲକ୍ଷ୍ମୀଙ୍କର କୃପା ଲାଭ ହୁଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି l

Show More

Related Articles

Back to top button