Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାରେ ବାବା ବାଗେଶ୍ୱରଙ୍କ ଆଶୀର୍ବାଦ ନେଲେ କଙ୍ଗନା

ଅଯୋଧ୍ୟା, 23 ଜାନୁୟାରୀ -ଜାନୁୟାରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ବଡ ଉତ୍ସାହ ଓ ଆନ୍ଦନର ସହ ପାଳନ ହୋଇଛି । ଭଗବାନ ରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ଏହି ସମାରୋହରେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରାଣ ପ୍ରତିଷ୍ଠା ଆୟୋଜନରେ ଅଭିନେତ୍ରୀ କଙ୍ଗନା ରାଣାୱତ, ହେମା ମାଳିନୀ, ଅମିତାଭ ବଚ୍ଚନ, ମଧୁର ଭଣ୍ଡାରେକର, ସୁଭାଷ ଘାଇ, ସୋନୁ ନିଗମ, ଭିକି କୌଶଳ, ମାଧୁରୀ ଦୀକ୍ଷିତଙ୍କ ସମେତ ତମାମ ଅଭିନେତା ଅଭିନେତ୍ରୀ ଉପସ୍ଥିତ ଥିଲେ । ଏହିପରି ଭାବେ ଶ୍ରୀରବିଶଙ୍କର, ବାଗେଶ୍ୱର ଧାମ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଓ ମୋରାରୀ ବାପୁ ମଧ୍ୟ ଉପସ୍ଥିତ ଥିଲେ । ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ କଙ୍ଗନା ସାଧୁସନ୍ଥଙ୍କୁ ସାକ୍ଷାତ କରିଥିଲେ ।
ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟିବା ପରେ କଙ୍ଗନାଙ୍କ ଏକ ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ପୋଷ୍ଟରେ କଙ୍ଗନା ଲେଖିଛନ୍ତି ଯେ, ‘ମୁଁ ପ୍ରଥମ ଥର ଗୁରୁଜୀଙ୍କୁ ଭେଟିଲି, ଯିଏ ମୋଠାରୁ ଛୋଟ ଥିଲେ । ବାଗେଶ୍ୱର ଧାମ ସରକାର ଅର୍ଥାତ୍ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମୋ ଠାରୁ ଦଶବର୍ଷ ଛୋଟ । ଆମେ ଯେପରି ଛୋଟ ଭାଇକୁ କୁଣ୍ଡାଇ ପକାଉ, ମୁଁ ସେପରି କରିବାକୁ ଚାହୁଥିଲି । କିନ୍ତୁ ପରେ ଅନୁଭୂବ ହୋଇଥିବା ବୟସରେ କେହି ଗୁରୁ ହୁଅନ୍ତିନାହିଁ, କର୍ମରୁ ଗୁରୁଙ୍କ ସମ୍ମାନ ମିଳେନାହିଁ ।ଗୁରୁଜୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲି । ଜୟ ବଜରଙ୍ଗ ବଲି’ ।

Show More

Related Articles

Back to top button