Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ 2ଦିନ କୋହଲା ପାଗ

ଭୁବନେଶ୍ୱର : ଆଗାମୀ ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଲାଗି ରହିବ। ଏନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନାନୁଯାୟୀ, ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ କୋହଲା ପାଗ ସହ ସକାଳ ସମୟରେ ଘନ କୁହୁଡି ପରିଲକ୍ଷିତ ହେବ। ପ୍ରାୟ ୧ ସପ୍ତାହ ହେବ ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ୩ରୁ୫ ଡିଗ୍ରୀ ଯାଏଁ ହ୍ରାସ ପାଇଛି। କେତେକ ସ୍ଥାନରେ ଗତ ୪୮ ଘଣ୍ଟାରେ ବର୍ଷା ହୋଇଥିବା ଜଣାପଡିଛି।

Show More

Related Articles

Back to top button