ଆଇନ କାନୁନଦେଶଦେଶ ବିଦେଶ

ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଚନ୍ଦ୍ରଚୂଡ

ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଚନ୍ଦ୍ରଚୂଡ । ଉତ୍ତରାଧିକାରୀ ଭାବରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବାକୁ ଯାଉଛନ୍ତି ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତ । ଆଜି ସେ ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡଙ୍କୁ ଏକ ଚିଠି ହସ୍ତାନ୍ତର କରିବାକୁ ଯାଉଛନ୍ତି ଯେଉଁଥିରେ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି କରାଯିବ ବୋଲି ସୂଚନା ଦିଆଯିବ । ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ଚିଠି ତାଙ୍କୁ ହସ୍ତାନ୍ତର କରାଯିବ ।

ଏହା ବ୍ୟତୀତ ଜଷ୍ଟିସ ୟୁୟୁ ଲଲିତ ମଧ୍ୟ ସମାନ ମାମଲାରେ ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବେ । ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାକୁ ଆଇନ ଆୟୋଗ ଦ୍ୱାରା କୁହାଯାଇଥିଲା ।

ସୂଚନାଯୋଗ୍ୟ,ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାକୁ ଯାଉଛନ୍ତି ଜଷ୍ଟିସ୍ ୟୁୟୁ ଲଲିତ । ଏହା ଉଲ୍ଲେଖନୀୟ ଯେ ପ୍ୟାନେଲରେ ଥିବା ଜଷ୍ଟିସ ଚନ୍ଦ୍ରଚୁଦ ଏବଂ ଜଷ୍ଟିସ ଅବଦୁଲ ନାଜିର ସୁପ୍ରିମକୋର୍ଟରେ ୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ନେଇ ଆପତ୍ତି ଉଠାଇଥିଲେ । ଏହି କାରଣରୁ, CJI UU ଲଲିତଙ୍କ ନେତୃତ୍ୱରେ ଥିବା କଲେଜିୟମ ଦ୍ୱାରା ୪ ଜଣ ବିଚାରପତିଙ୍କ ନିଯୁକ୍ତି ହୋଇପାରିବ ନାହିଁ ।

 

Show More

Related Articles

Back to top button