ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼,ଶପଥ ପାଠ କରାଇଲେ ରାଷ୍ଟ୍ରପତି

ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ । ସୁପ୍ରିମକୋର୍ଟ ବରିଷ୍ଠ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଧନଞ୍ଜୟ ଓ୍ବାଇ.ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଭବନରେ ୫୦ ତମ ପ୍ରଧାନ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ।

୨୦୨୪ ନଭେମ୍ବର ୧୦ ପର୍ଯ୍ୟନ୍ତ ଏହି ପଦରେ ରହିବେ ବିଚାରପତି ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଅକ୍ଟୋବର ୧୭ ରେ ଚନ୍ଦ୍ରଚୂଡ଼ଙ୍କୁ ପ୍ରଧାନବିଚାରପତି ଭାବରେ ନିଯୁକ୍ତ କରିଥିଲେ।

ବିଚାରପତି ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ ରେ ଜନ୍ମ ହୋଇଥିଲେ ଏବଂ ୧୩ ମେ ୨୦୧୬ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ହୋଇଥିଲେ। ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି। ଏଥିରେ ଗୁରୁତ୍ବପୂର୍ଣ୍ଣ ଅଯୋଧ୍ୟା ଭୂମି ବିବାଦ, ଆଇପିସି ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ବାହାର କରିବା, ଆଧାର ଯୋଜନାର ବୈଧତା ସହ ଜଡ଼ିତ ମାମଲା, ସାବରିମାଳା ମନ୍ଦିର ପ୍ରସଙ୍ଗ, ସେନାର ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଦେବା, ଭାରତୀୟ ନେସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଭଳି ନିଷ୍ପତ୍ତି ସାମିଲ୍‌ ରହିଛି।

ସେହିପରି ୨୯ ମାର୍ଚ୍ଚ ୨୦୦୦ ରୁ ୩୧ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ ବିଚାରପତି ଚନ୍ଦ୍ରଚୂଡ଼ । ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ୍‌ରୁ ଅର୍ଥନୀତିରେ ବିଏ ଅନର୍ସ କରିବା ପରେ ସେ କ୍ୟାମ୍ପସ ଲ ସେଣ୍ଟର ଦିଲ୍ଳୀ ବିଶ୍ବବିଦ୍ୟାଳୟ ରୁ ଏଲଏଲବି କରିଥିଲେ ଏବଂ ଆମେରିକାର ହାଭାର୍ଡ ଲ ସ୍କୁଲ୍‌ରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଥିଲେ।

Show More

Related Articles

Back to top button