ଓଡ଼ିଶାସ୍ୱତନ୍ତ୍ର

ଛାଡ଼ଖାଇରେ ଆକାଶଛୁଆଁ ହେଲା ନନ୍‌ଭେଜ୍‌ ଦର

ସରିଲା କାର୍ତ୍ତିକ ମାସ । ଆଜି ଛାଡ଼ଖାଇ। ରାଜଧାନୀ ଭୁବନେଶ୍ୱରରେ ଆକାଶଛୁଆଁ ନନଭେଜ୍ ଦର । ଦୋକାନମାନଙ୍କରେ ଲାଗିଛି ଲମ୍ବା ଗହଳି । ବୁଧବାର ହୋଇଥିବାରୁ ଏଥର ଛାଡ଼ଖାଇର ଚାହିଦା ବେଶି ରହିଛି।

ସୂଚନା ଅନୁଯାୟୀ, ଛାଡ଼ଖାଇ ଅବସରରେ ଭୁବନେଶ୍ୱରରେ ମଟନ କିଲୋ ପିଛା ଦର ୮୦୦ ଟଙ୍କା ରହିଥିବା ବେଳେ ବଏଲର୍‌ ଚିକେନ ଦର ରହିଛି ୨୫୦, ଦେଶୀ ଗଞ୍ଜା ଗୋଟା ୪୫୦ ଟଙ୍କା,

ସେହିପରି ରୋହି କିଲୋ ୧୮୦, ପାମ୍ପଲେଟ_ ଚାନ୍ଦି ମାଛ କିଲୋ ପିଛା ଦର ୧୦୦୦ ଟଙ୍କା,ବାଗଦା ଚିଙ୍ଗୁଡ଼ି କିଲୋ ପିଛା ୪୦୦ ରୁ ୬୦୦ ଟଙ୍କା, ଭାକୁର କିଲୋ ପିଛା ୨୦୦ ରହିଥିବା ବେଳେ କଙ୍କଡ଼ାର ଦର ୪୦୦ ଟଙ୍କାରୁ ୧୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି।

 

Show More

Related Articles

Back to top button