Breaking PLUSଦେଶମୁଖ୍ୟ ଖବର

ଜଷ୍ଟିସ୍ ଅଭିଜିତ ଗାଙ୍ଗୁଲି ଭାଜପାରେ ସାମିଲ୍

କୋଲକାତା, ୭ ମାର୍ଚ୍ଚ – କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅଭିଜିତ ଗାଙ୍ଗୁଲି ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ୍ ହୋଇଛନ୍ତି । ରାଜ୍ୟ ଭାଜପା ମୁଖ୍ୟାଳୟ ଠାରେ ସେ କହିଛନ୍ତି ଯେ, ସେ ରାଜ୍ୟ ସରକାର ଏବଂ ତୃଣମୂଳ କଂଗ୍ରେସର ଭ୍ରଷ୍ଟାଚାର ବିରୋଧରେ ବଡ଼ ଲଢ଼େଇ ଲଢ଼ିବେ ।

ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ସୁକାନ୍ତ ମଜୁମଦାର, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ନେତା ମାନଙ୍କ ଉପସ୍ଥିତିରେ ଶ୍ରୀ ଗାଙ୍ଗୁଲି ଦଳର ସଦସ୍ୟତା ଗ୍ରହଣ କରିଥିଲେ । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜଷ୍ଟିସ୍ ଅଭିଜିତ ଗାଙ୍ଗୁଲି ପଶ୍ଚିମବଙ୍ଗର ତମଲୁକ ସଂସଦୀୟ ଆସନରୁ ନିର୍ବାଚନ ଲଢି ପାରନ୍ତି ।

ପ୍ରକାଶ ଥାଉକି, କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ ଗାଙ୍ଗୁଲି ଗତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଥିଲେ ।

Show More

Related Articles

Back to top button