Breaking PLUSଓଡ଼ିଶାମୁଖ୍ୟ ଖବର

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଜୁନିଅର ପୁରୁଷ ହକି ବିଶ୍ୱକପ, ଉଦଘାଟନୀ ମ୍ୟାଚରେ ବେଲିଜିୟମର ବିଜୟ

କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଯାଇଛି ଜୁନିଅର ପୁରୁଷ ହକି ବିଶ୍ୱକପ । ବିନା ଦର୍ଶକରେ ଖେଳାଯାଉଛି ମ୍ୟାଚ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ ଖେଳାଯିବ । କାନାଡ଼ା-ପୋଲାଣ୍ଡ, ମାଲେସିଆ-ଚିଲି, ଜର୍ମାନୀ-ପାକିସ୍ତାନ ଓ ଶେଷରେ ଭାରତ-ଫ୍ରାନ୍ସ ମୁହାଁମୁହିଁ ହେବେ ।

ଏଥର ଜୁନିଅର ବିଶ୍ୱକପ ହକିରେ ୧୬ଟି ଦଳ ଅଂଶ ଗ୍ରହଣ କରିଛନ୍ତି । କରୋନା ଯୋଗୁଁ ବିନା ଦର୍ଶକରେ ବିଶ୍ୱକପ ମ୍ୟାଚ ଆୟୋଜନ କରାଯାଇଛି । ସମସ୍ତେ କୋଭିଡ ଗାଇଡଲାଇନ ମାନିବେ । ଖେଳାଳି ଓ ଆୟୋଜକ ସଦସ୍ୟ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯାଇଛି ।

ଏଥର ବିଶ୍ୱକପରେ ଭାରତ ପୁଲ୍ ବି.ରେ ଅଛି । ଏହି ପୁଲରେ ଅଛନ୍ତି କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ । ଆଜି ଭାରତ ଫ୍ରାନ୍ସକୁ ଭେଟିବ । କାଲି କାନାଡ଼ା ଓ ୨୭ ତାରିଖରେ ପୋଲାଣ୍ଡ ସହ ଖେଳିବ ଟିମ୍ ଇଣ୍ଡିଆ । ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ କ୍ୱାର୍ଟର ଲଢ଼େଇ ।

Show More

Related Articles

Back to top button