ଦେଶ ବିଦେଶବାଣିଜ୍ୟ

ପୁଣି ଦାମ ବଢାଇବ ବିସ୍କୁଟ ବାଦଶାହା Parle-G

ଆହୁରି ବଢିବ ଅତ୍ୟାବଶ୍ୟକ ସାମଗ୍ରୀ ଦର !

ଦେଶରେ ଖାଦ୍ୟ ସାମଗ୍ରୀ ତଥା ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ବିସ୍କୁଟ କମ୍ପାନୀ ମଧ୍ୟ ବଡ ଘୋଷଣା କରିଛନ୍ତି । ଏଣିକି ଆଉ ଶସ୍ତାରେ ମିଳବନି ବିସ୍କୁଟ । ଦେଶରେ ବିସ୍କୁଟ କମ୍ପାନୀଙ୍କ ବାଦଶାହା କୁହାଯାଉଥିବା ପାର୍ଲେ ପ୍ରଡକ୍ଟ ଦ୍ବିତୀୟ ଥର ପାଇଁ ବିସ୍କୁଟ ଦାମ ବୃଦ୍ଧି କରିବାକୁ ପ୍ରସ୍ତୁତି କରିଛି । ପାର୍ଲେ କମ୍ପାନୀ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଖୁବ ଶୀଘ୍ର ଦ୍ବିତୀୟ ଥର ପାଇଁ ଦର ବୃଦ୍ଧି କରିବାକୁ ଯାଉଛି କମ୍ପାନୀ । ଅର୍ଥିକ ବର୍ଷ ୨୦୨୨ର ତୃତୀୟ ଏବଂ ଚତୁର୍ଥ ତ୍ରୈମାସିକ ପାର୍ଲେ-ଜି ବିସ୍କୁଟ ଦାମ ୧୦ ରୁ ୨୦ ପ୍ରତିଶତ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । କିଛି ମାସ ପୂର୍ବରୁ କମ୍ପାନୀ ପକ୍ଷରୁ ୧୦ ରୁ ୧୫ ପ୍ରତିଶତ ଦାମ ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ତାର ବିସ୍କୁଟ ଦାମ ବୃଦ୍ଧିକରିବାକୁ ଯାଉଛି କମ୍ପାନୀ । କମ୍ପାନୀ କହିବା ମୁତାବକ, ଦେଶରେ ତେଲ, ଅଟା ଏବଂ ଚିନି ଦାମ ବୃଦ୍ଧି ପାଇଥିବାରୁ ବିସ୍କୁଟ ଦାମ ବୃଦ୍ଧି କରାଯାଉଛି ।

ବିସ୍କୁଟ ତିଆରି ପାଇଁ ଯେଉଁ କଞ୍ଚା ମାଲ ବ୍ୟବହାର କରାଯାଉଛି ସେଗୁଡିକର ଦାବ ଅହେତୁକ ବୃଦ୍ଧି ପାଇବା ଫଳରେ ବାଧ୍ୟ ହୋଇ ଦାମ ବୃଦ୍ଧି କରିବାକୁ ପଡୁଛି । ନଚେତ କମ୍ପାନୀ ବିପୁଳ କ୍ଷତି ସହିବ । ରିପୋର୍ଟ ଅନୁଯାୟୀ, ପାର୍ଲେ କମ୍ପାନୀ ତାର ୩୦୦ ଗ୍ରାମ ରକ୍ସ ପ୍ୟାକେଟ୍ ରେଟ୍‌ ୧୦ ଟଙ୍କା​‌ ବୃଦ୍ଧି କରିବ । ସେହିଭଳି ବିସ୍କୁଟଗୁଡିକ ଯେପରିକି ପାର୍ଲେ-ଜି, କ୍ରାକ୍‌ଜ୍ୟାକ୍‌ ଆଦି ଦାମରେ ୫ ରୁ ୧୦ ପ୍ରତିଶତ ବୃଦ୍ଧି ପାଇବ । ୪୦୦ ଗ୍ରାମ ରକ୍ସ ପ୍ୟାକେଟ୍‌ ଦାମ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ତେବେ ବଡ କଥା ହେଉଛି କମ ଓଜନ ବିଶିଷ୍ଟ ପ୍ୟାକେଟ୍‌ ପାର୍ଲେ-ଜି ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ । କାରଣ କମ୍ପାନୀ ପକ୍ଷରୁ ପ୍ରଥମରୁ ହିଁ ପ୍ୟାକେଟ୍‌ର ଓଜନ କମାଇଦିଆଯାଇଛି । ଏଥିରେ ୧୦ ରୁ ୩୦ ଟଙ୍କିଆ ପାର୍ଲେଜି ରହିଛି । ୧୦ ଟଙ୍କିଆ ପାର୍ଲେ-ଜିର ଦାମ ପୂର୍ବପରି ରହିବ କିନ୍ତୁ ଏହାର ଓଜନ କମାଇଦିଆଯିବ । ଅନ୍ୟ କିଛି ବିସ୍କୁଟ କମ୍ପାନୀ ମଧ୍ୟ ଦାମ ବୃଦ୍ଧି କରିଛନ୍ତି । ଯେପରିକି ମେରିକୋ, ହିନ୍ଦୁସ୍ତାନ ୟୁନିଲିଭର ଏବଂ ନେସଲେ ଇଣ୍ଡିଆ ଭଳି କମ୍ପାନୀ ମଧ୍ୟ ପୂର୍ବରୁ ଦାମ ବୃଦ୍ଧି କରିସାରିଛନ୍ତି । କରୋନା ମହାମାରୀ ପରେପରେ ଅନେକ ବିସ୍କୁଟ କମ୍ପାନୀ ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି । ସେହିଭଳି ଅନ୍ୟ କିଛି ସାମଗ୍ରୀ ଯେପରିକି ସାବୁନ ମଧ୍ୟରେ ହିନ୍ଦୁସ୍ଥାନ ୟୁନିଲିଭର ଡୋବ୍‌, ଲକ୍ସ, ପିୟର୍ସ, ହମାମ୍‌, ଲିରିଲ୍‌, ସର୍ଫ ଏକ୍ସଲ, ରିନ୍‌, ହ୍ବିଲ୍‌ ଡିଟରଜେଣ୍ଟ ୨.୫ ପ୍ରତିଶତ ବୃଦ୍ଧି ପାଇଛି ।

Show More

Related Articles

Back to top button