ଖେଳଦେଶ

ଆସନ୍ତା ୨୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ଝୁଲଣ ଗୋସ୍ୱାମୀ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ଝୁଲଣ ଗୋସ୍ୱାମୀ । ଆସନ୍ତା ୨୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅନ୍ୟତମ ଲୋକପ୍ରିୟ ଖେଳାଳି ଝୁଲଣ ଗୋସ୍ୱାମୀ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ସ୍ପଷ୍ଟ କରିଛନ୍ତି ।

ତେବେ ଶନିବାର ଝୁଲଣ ଖେଳିବେ ଲଣ୍ଡନର ପ୍ରସିଦ୍ଧ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେବ ତାଙ୍କରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରିବେ ଝୁଲଣ। ଗତ ମାର୍ଚ୍ଚ ମାସରେ ନ୍ୟୁଜିଲ୍ୟାଣ୍ଡରେ ବିଶ୍ୱକପ୍‌ ପରେ ଇଂଲଣ୍ଡ ଗସ୍ତ ପାଇଁ ଟିମ୍‌କୁ ଫେରିଥିଲେ ଝୁଲଣ।

ବିସିସିଆଇ ସଭାପତିଙ୍କ କହିବୀ ମୁତାବକ, ମୁଁ ଝୁଲଣଙ୍କ ପାଇଁ ବହୁତ ଖୁସି। ତାଙ୍କୁ ପାଖାପାଖି ୪୦ ବର୍ଷ ହେଲାଣି। ତାଙ୍କ କ୍ୟାରିୟର ବେଶ୍ ସ୍ମରଣୀୟ। ତେବେ ପ୍ରତ୍ୟେକ ଖେଳାଳିଙ୍କୁ ଦିନେ ନା ଦିନେ ଏମିତି ନିଷ୍ପତ୍ତି ନେବାକୁ ହୁଏ। ଝୁଲଣ ଜଣେ ରୋଲ୍ ମଡେଲ। ସେ ଲର୍ଡ୍ସରେ ତାଙ୍କ କ୍ୟାରିୟର ଶେଷ କରିବାକୁ ଯାଉଛନ୍ତି। ଆଉ ଲର୍ଡ୍ସରେ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବା ଏକ ସ୍ୱପ୍ନ।

ଦୀର୍ଘ ୨୦ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଛନ୍ତି ଝୁଲଣ। ସେ ୨୦୦୨ରେ ଇଂଲଣ୍ଡ ବିରୋଧରେ ଦିନିକିଆରେ ଡେବ୍ୟୁ କରିଥିଲେ। ସେହିବର୍ଷ ସେ ଇଂଲଣ୍ଡ ବିରୋଧରେ ଟେଷ୍ଟରେ ମଧ୍ୟ ଡେବ୍ୟୁ କରିଥିଲେ। ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୨୦୦୬ରେ ସେ ଇଂଲଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ। ୨୦୧୮ରେ ବାଂଲାଦେଶ ବିପକ୍ଷରେ ସେ ତାଙ୍କ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ।

ସେହିପରି ଝୁଲଣ ୨୦୩ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ତାଙ୍କ ନାଁରେ ରହିଛି ସର୍ବାଧିକ ୱିକେଟ୍ ନେବାର ବିଶ୍ୱରେକର୍ଡ। ସେ ୨୫୩ଟି ୱିକେଟ୍ ନେଇଛନ୍ତି। ଝୁଲଣ ୧୨ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୪ଟି ୱିକେଟ୍ ନେଇଛନ୍ତି। ସେହିପରି ୬୮ଟି ଟି-ଟ୍ୱେଣ୍ଟିରୁ ସେ ୫୬ଟି ୱିକେଟ୍ ନେଇଛନ୍ତି।

Show More

Related Articles

Back to top button