ଦେଶ ବିଦେଶମୁଖ୍ୟ ଖବରରାଜନୀତି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏଥିସହ ସେ ପାକିସ୍ତାନ ମୁସଲିମ ଲିଗ୍‌ (ନୱାଜ) ନେତା ନୱାଜ ଶରିଫଙ୍କୁ ଦୁର୍ନୀତି ପାଇଁ ସମାଲୋଚନା କରିଛନ୍ତି। ବିଶ୍ୱର କୌଣସି ରାଜନେତା ଶରିଫଙ୍କ ଭଳି ସମ୍ପତ୍ତି ବିଦେଶରେ ଠୁଳ କରି ରଖି ନାହାନ୍ତି ବୋଲି ଇମ୍ରାନ କହିଛନ୍ତି। ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଇମ୍ରାନ ଖାନ କହିଛନ୍ତି, “ଯଦି ଗୋଟିଏ ଦେଶରେ ସ୍ୱତନ୍ତ୍ର ଆଇନ ନାହିଁ, ତା’ହେଲେ ପୁଞ୍ଜିନିବେଶ ପାଇଁ କୌଣସି ସୁଯୋଗ ମିଳିବ ନାହିଁ। ଆଇନ ବ୍ୟବସ୍ଥା ନଥିଲେ ମନଇଚ୍ଛା ଦୁର୍ନୀତି ହୋଇଥାଏ। ବିଦେଶ ମାଟିରେ କୋଟିକୋଟି ଟଙ୍କା ଠୁଳ କରିଥିବା ବିଶ୍ୱର ଜଣେ ହେଲେ ବି ନେତାଙ୍କ ନାଁ ଆପଣମାନେ କୁହନ୍ତୁ? ଆମ ପଡ଼ୋଶୀ ଦେଶ କଥା ବିଚାରକୁ ନିଅନ୍ତୁ। ଭାରତ ବାହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କେତେ ସମ୍ପତ୍ତି ରହିଛି? ନୱାଜ କେତେ ସମ୍ପତ୍ତି ବିଦେଶରେ ରଖିଛନ୍ତି, ସେକଥା ଆପଣମାନେ କେହି ବି ଜାଣି ନାହାନ୍ତି। ଆଖି ଲାଖିଗଲା ଭଳି ସମ୍ପତ୍ତି ସେ ବିଶ୍ୱର ବିଭିନ୍ନ ଦେଶରେ ଗଚ୍ଛିତ କରିଛନ୍ତି। ଆସ୍ଥା ଭୋଟରେ ହାରି ଚଳିତ ବର୍ଷ ଏପ୍ରିଲ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିବା ଇମ୍ରାନ ଖାନ ପୂର୍ବରୁ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ କ୍ୱାଡର ସଦସ୍ୟ ସତ୍ତ୍ୱେ ଓ ଆମେରିକାର ଚାପକୁ ବେଖାତିର କରି ଭାରତ ରିହାତି ଦରରରେ ରୁଷ ଠାରୁ ତେଲ କିଣିଛି। ଏଥିସହ ଲୋକଙ୍କୁ ଆଶ୍ୱସ୍ତ ଦେଇଛି। ଗୋଟିଏ ସ୍ୱାଧୀନ ବିଦେଶ ନୀତି ଅନୁଯାୟୀ ଆମ ଦେଶ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବା ଦରକାର ବୋଲି ଇମ୍ରାନ ଖାନ କହିଥିଲେ।

Show More

Related Articles

Back to top button