Breaking PLUSଦେଶମୁଖ୍ୟ ଖବର

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଭୂସ୍ଖଳନ କାରଣରୁ ବନ୍ଦ

ଜମ୍ମୁ , 19 ଫେବୃୟାରୀ- ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଏହି କାରଣରୁ ରାଜପଥରେ ବାହାନ ଚଳାଚଳ ବନ୍ଦ ରହିଛି । ମେହଦ, ତବେଲା ଚାମଲୱାସ ଓ ବନିହାଲରେ ଭୂସ୍ଖଳନ କାରଣରୁ ରାଜପଥରେ ଗାଡି ଚଳାଚଳ ଅସ୍ଥାୟୀ ଭାବେ ରୋକାଯାଇଛି । ପାଣିପାଗରେ ସୁଧାର ଆସିବା ଓ ରାସ୍ତା ସଫା ହେବା ଯାଏ ଏନଏଚ-44ରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରାଫିକ ଣ୍ଟ୍ରୋଲ ୟୁନିଟ ସହ ସମ୍ପର୍କ କରିବାକୁ ଲୋକଙ୍କୁ କୁହାଯାଇଛି ।
ଜମ୍ମୁ-କଶ୍ମୀରରେ ସୋମବାର ବରଫପାତ ସହିତ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ସାମାନ୍ୟ ପ୍ରଭାବିତ ହୋଇଛି ।

Show More

Related Articles

Back to top button