ଓଡ଼ିଶା

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡଶ ଉପଚାର ପୂଜା

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି ।

ବ୍ରହ୍ମାକୁଣ୍ଡରେ ଘଟ ପୂଜା ପରେ ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ମା’ ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡଶ ଉପଚାର ଆରମ୍ଭ ହୋଇଥିଲା । ତେବେ ଦ୍ବିତୀୟା ଦିନଠୁ ଏହି ଷୋଡଶ ଉପଚାର ପୂଜା ଆରମ୍ଭ ହୋଇ ମା’ଙ୍କ ଅଷ୍ଟମୀ ପୂଜା ପର୍ଯ୍ୟନ୍ତ ଚାଲିଥାଏ । ପ୍ରତିବର୍ଷ ୧୬ଦିନ ଧରି ପୂଜା ପାଉଥିବା ବେଳେ ଚଳିତ ବର୍ଷ ମା’ଙ୍କର ଏହି ଷୋଡଶ ପୂଜା ୧୫ ଦିନ ଧରି ହେବ ।

ମା’ ବିରଜା ମହିଷାସୁରକୁ ବଦ୍ଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇଥାଏ । ତେବେ ଆସନ୍ତା ୫ ତାରିଖରେ ମା’ଙ୍କ ନବରାତ୍ର ପୂଜା ପାଇବେ ମା’ । ତେବେ ସମସ୍ତ ଶକ୍ତି ପୀଠରେ ମା’ ପୂଜା ପାଉଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି ।

Show More

Related Articles

Back to top button