Breaking PLUSଦେଶମୁଖ୍ୟ ଖବର

ଛାତ୍ରଙ୍କ ଜୀବନକୁ ସୁଧାରିବା ଶିକ୍ଷକଙ୍କ କାମ ଅଟେ- ପିଏମ ମୋଦି

ନୂଆଦିଲ୍ଲୀ, 29 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ରେ କହିଛନ୍ତି ଯେ, ଶିକ୍ଷକଙ୍କୁ ନିଜ କାମ କେବଳ ଚାକିରି ଭାବେ ନେବା ଉଚିତ ନୁହେଁ, ସେମାନେ ଛାତ୍ରଙ୍କ ଜୀବନକୁ ସଶକ୍ତ କରିବା ସାଧନ ଭାବେ ନେବା ଉଚିତ ।
ପ୍ରଧାନମନ୍ତ୍ରୀ ଦିଲ୍ଲୀର ଭାରତ ମଣ୍ଡପମରେ ପରୀକ୍ଷା ଟେନସନ ଉପରେ ଦେଶ-ବିଦେଶର ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶିକ୍ଷକଙ୍କ ଭୂମିକାକୁ ନେଇ କହିଛନ୍ତି ଯେ, ‘ପିଲାଙ୍କ ଟେନସନ କମ କରିବା ଦିଗରେ ଶିକ୍ଷକଙ୍କ ଭୂମିକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସବୁବେଳେ ସକରାତ୍ମକ ସମ୍ପର୍କ ରହିବା ଦରକାର । ଶିକ୍ଷକଙ୍କ କାମ କେବଳ ଚାକିରି କରିବା ନୁହେଁ, ଛାତ୍ରଙ୍କ ଜୀବନକୁ ସୁଧାରିବା, ଜୀବନକୁ ସାମର୍ଥ୍ୟ ଦେବା, ଯାହାକି ପରିବର୍ତ୍ତନ ଆଣିଥାଏ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ମାତା-ପିତା ନିଜ ପିଲାଙ୍କ ରିପୋର୍ଟ କାର୍ଡକୁ ନିଜର ଭିଜିଟିଂ କାର୍ଡ ଭାବାଥାନ୍ତି, କିନ୍ତୁ ଏହା ଠିକ୍ ନୁହେଁ । ଆପଣ ଜଣେ ଶିଶୁର ତୁଳନା ଅନ୍ୟ ଜଣେ ଶିଶୁ ସହ କରିବ ଠିକ୍ ନୁହେଁ, କାହିଁକିନା ଏହା ସେମାନଙ୍କ ଭବିଷ୍ୟତ ପାଇଁ ହାନିକାରକ ହୋଇପାରେ । ମୋଦି ଆହୁରି କହିଛନ୍ତି ଯେ, ପରୀକ୍ଷା ଟେନସନକୁ ବିଦ୍ୟାର୍ଥୀଙ୍କ ସହ ପୂରା ପରିବାର ଓ ଶିକ୍ଷକ ମିଳିତ ଭାବେ ଆଡ୍ରେସ କରିବା ଆବଶ୍ୟକ । ଯଦି ଜୀବନ ଚ୍ୟାଲେଞ୍ଜ ଓ ଇଭେଣ୍ଟ ନହେବ, ତେବେ ଜୀବନ ପ୍ରେରଣାହୀନ ଓ ଚେତନାହୀନ ପାଲଟିଯିବ । ଏଥିପାଇଁ ଇଭେଣ୍ଟ ହେବା ନିହାତି ଆବଶ୍ୟକ କିନ୍ତୁ ଇଭେଣ୍ଟ ସୁସ୍ଥ ହେବା ଆବଶ୍ୟକ ।

Show More

Related Articles

Back to top button