Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଗାଜାରେ ଉଭୟ ପକ୍ଷରୁ ଜାରି ରହିଛି ରକେଟ୍ ମାଡ଼

ତେଲଅଭିବ/ଜେରୁଜେଲମ/ୱାଶିଂଟନ-ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଇସ୍ରାଏଲ ଉପରେ ବର୍ବରପୂର୍ଣ୍ଣ ଆକ୍ରମଣ କରିବା ପରେ ଗାଜାଷ୍ଟ୍ରିପରେ ଯୁଦ୍ଧ ଲାଗିରହିଛି । ଦୁଇପକ୍ଷରୁ ରକେଟ୍ ମାଡ଼ ଜାରି ରହିଛି ।
ଇସ୍ରାଏଲର ପଡୋଶୀ ଦେଶରେ ଯୁଦ୍ଧର ନିଆଁ ଉଠିବାରା ଲାଗିଲାଣି । ଏହାରି ଭିତରେ କତାରର ହସ୍ତକ୍ଷେପ ପରେ ଦୁଇଜଣ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଛି ହମାସ । ମୁକୁଳିଥିବା ଦୁଇଜଣ ହେଉଛନ୍ତି ମାଆ –ଝିଅ । ଯୁଦ୍ଧ ଭିତରେ ପ୍ରଥମ ଥର କୌଣସି ବନ୍ଧକଙ୍କୁ ମୁକ୍ତ କରାଯାଇଛି । ଅନ୍ୟପଟେ ଏବେବି 2ଶହ ଲୋକ ହମାସ ଆତଙ୍କବାଦୀଙ୍କ କବଜାରେ ଥିବା ଜଣାପଡିଛି ।
ୱେଷ୍ଟବ୍ୟାଙ୍କରେ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗତ 24ଘଣ୍ଟାରେ ଏଠାରେ 13ଜଣ ପାଲେଷ୍ଟାଇନ ନାଗରିକ ଓ ଜଣେ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଋଷୀୟ ବନ୍ଧକଙ୍କୁ ମୁକୁଳାଇବା ନିମନ୍ତେ ହମାସ ସହ ଆଲୋଚନା କରାଯାଉଥିବା ଋଷ ପକ୍ଷରୁ କୁହାଯାଇଛି । ୱେଷ୍ଟବ୍ୟାଙ୍କ ସହର ରାମଲ୍ଲାରେ ଏକ ଅପରେସନ ସମୟରେ ପାଲେଷ୍ଟାଇନର 14ଜଣ ନାଗରିକଙ୍କୁ ଗିରଫ କରାଯାଇଛି । ଯୁଦ୍ଧ ଯୋଗୁ ସୀମାନ୍ତରେ ରହୁଥିବା ଦକ୍ଷିଣ ଲେବାନନ ଗାଁର 4200ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ।

Show More

Related Articles

Back to top button