ସ୍ୱାସ୍ଥ୍ୟ

କଣ କଦଳୀ ଚିପ୍ସ ସ୍ୱାସ୍ଥ୍ୟ ପାଇଁ ହିତକର

ଆସନ୍ତୁ ଜାଣିବା ଏଥିରେ କେତେ ପୋଷାକ ତତ୍ୱ ରହିଛି

ଆମେ ସମସ୍ତେ ବିଭିନ୍ନ ପ୍ରକାରର ଚିପ୍ସକୁ ନିଜ ଖାଦ୍ୟରେ ସାମିଲ କରିଥାଉ l ଚିପ୍ସ ସାମାନ୍ୟ ଭାବରେ ସୋଡ଼ିଅମରେ ସମୃଦ୍ଧ ଥିବା ହେତୁ ଏହାକୁ ଅଧିକାଂଶ ଲୋକ ପସନ୍ଦ କରିନଥାନ୍ତି l ଅନ୍ୟ ଚିପ୍ସ ତୁଳନାରେ ଆମକୁ କଦଳୀଚିପ୍ସ ସ୍ୱାସ୍ଥ୍ୟକର ଲାଗିଥାଏ l କିନ୍ତୁ କଣ ଅନ୍ୟ କିସମର ଚିପ୍ସ ତୁଳନାରେ କଦଳୀ ଚିପ୍ସ ଅଧିକ ସ୍ୱାସ୍ଥ୍ୟକର ଅଟେ କି ?କଦଳୀ ଚିପ୍ସକୁ ତିଆରି କରିବା ପାଇଁ କଦଳୀକୁ କାଟି ଶୁଖାଇ ତେଲରେ ଛଣା ଯାଇଥାଏ l ଗତ କିଛି ବର୍ଷ ହେଲାଣି କଦଳୀ ଚିପ୍ସ ଲକପ୍ରିୟ ହେବାରେ ଲାଗିଛି l ସାଧାରଣତଃ ଚିପ୍ସ ଲୁଣ ଓ ମସଲା ଗୁଣ୍ଡ ଦ୍ୱାରା ସ୍ୱାଦ ବଢିଥାଏ l କଦଳୀ ଅତ୍ୟନ୍ତ ସ୍ୱାସ୍ଥ୍ୟକର ଅଟେ କିନ୍ତୁ କଦଳୀରେ ପ୍ରସ୍ତୁତ ଚିପ୍ସ କେତେ ସ୍ୱାସ୍ଥ୍ୟକର ଆସନ୍ତୁ ସେ ବିଷୟରେ ଜାଣିବା l

*କଦଳୀ ଚିପ୍ସ ରେ ଥିବା ପୋଷାକ ତତ୍ୱ

କଦଳୀ ଚିପ୍ସ ଅତ୍ୟନ୍ତ ପୋଷାକ ଭରା ଅଟେ l ତେଲରେ ଛଣାହେବା ପରେ ଏଥିରେ ମହୁ ଓ ଅନ୍ୟ ମସଲା ମିଶ୍ରଣ କରାଯାଇଥାଏ l କଦଳୀ ଚିପ୍ସରେ କ୍ୟାଲୋରୀ ରେ ଭରପୁର ଅଟେ l ଏକ କପ କଦଳୀ ଚିପ୍ସରେ ପାଖାପାଖି ୭୨ ଗ୍ରାମ ୩୭୪ କ୍ୟାଲୋରୀ ,୧ .୬ ଗ୍ରାମ ପ୍ରୋଟିନ ,୫ .୫ ଗ୍ରାମ ଫାଇବର ,୨୫ ଗ୍ରାମ ସୁଗାର ,ଫ୍ୟାଟ ୨୪ ଗ୍ରାମ ,ସେଚ୍ୟୁରେଟେଡ଼ ଫ୍ୟାଟ ୨୧ ଗ୍ରାମ ,ପୋଟାସିୟମ ୮ ଗ୍ରାମ ,ଭିଟାମିନ-ବି-୬ ୧୧ ଗ୍ରାମ l ଏହି ଚିପ୍ସରେ ଫାଇବର ,ମିନେରାଲ ଓ ଭିଟାମିନ ମିଳିଥାଏ ,କିନ୍ତୁ କ୍ୟାଲୋରୀ ,ସୁଗାର ଓ ଫ୍ୟାଟ ରହିଥିବା କାରଣରୁ ଏହି ଗୁଣ ଗୁଡିକ ଲୁଚି ଯାଇଥାଏ l

କୁଡ଼କୁଡିଆ ଲାଗୁଥିବା ଏହି ଚିପ୍ସକୁ ତେଲରେ ଛଣା ଯାଇଥାଏ l କିନ୍ତୁ ଯଦି ଏହି ଚିପ୍ସକୁ ଛାନଯିବା ପରିବର୍ତ୍ତେ ବିନା ତେଲରେ ଖାଲି ଫ୍ରାଏ କରି ସେଥିରେ ମହୁ କିମ୍ବା ଅନ୍ୟ ମସଲା ଗୁଣ୍ଡ ମିଶାଇ ଖାଇବା ତେବେ ଏହା ମସ୍ଥ୍ୟ ପାଇଁ ଅତ୍ୟନ୍ତ ପୃଷ୍ଟିକର ଅଟେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଗୋଟିଏ କଞ୍ଚା କଦଳୀ ତୁଳନାରେ ଗୋଟିଏ କପ କଦଳୀ ଚିପ୍ସରେ ୨୫୦ ଗ୍ରାମରୁ ଅଧିକ କ୍ୟାଲୋରୀ ରହିଥାଏ l ଆଜି କଲି ଛୋଟ ପିଲାମାନେ କଞ୍ଚା କଦଳୀ ଖାଇବାକୁ ଇଛା ନକରୁଥିବାରୁ ଅଭିଭାବକ ମାନେ କଦଳୀ ଚିପ୍ସ ଖାଇବାକୁ ଦିଅନ୍ତୁ ବୋଲି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି l କିନ୍ତୁ ଏହି ଚିପ୍ସ ବିନା ତେଲରେ ଯଦି ବେକ କରାଯାଇଥିବା ତେବେ ଏହା ସ୍ୱାସ୍ଥ୍ୟ ପାଇଁ ହିତକର l

Show More

Related Articles

Back to top button