ସ୍ୱାସ୍ଥ୍ୟ

ରସୁଣର ଚମତ୍କାରୀ ଗୁଣ

ଆସନ୍ତୁ ପଢିବା ସେ ବିଷୟରେ-

ରସୁଣ ସ୍ୱାସ୍ଥ୍ୟ ପାଇଁ ଅଧିକାଂଶ କ୍ଷେତ୍ରରେ ଲାଭଦାୟକ ଅଟେ l ସାଧାରଣତଃ ଭାରତୀୟ ବ୍ୟଞ୍ଜନରେ ଅଧିକାଂଶ ମାତ୍ରାରେ ରସୁଣରେ ବ୍ୟବହାର କରାଯାଇଥାଏ l ରସୁଣରେ ଅନେକ ପ୍ରକାରର ଖଣିଜ ତତ୍ୱ ,ଭିଟାମିନ ଓ ପ୍ରତିରକ୍ଷା ପ୍ରଣାଳୀକୁ ମଝବୁତ କରିବାର ତତ୍ୱ ମିଳିଥାଏ l ପ୍ରତେକ ଦିନ ରସୁଣ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ l ରସୁଣାକୁ ଅଧିକାଂଶ ରୋଗ ପାଇଁ ରାମବାଣ ବୋଲି କୁହାଯାଏ l ଏହା କେବଳ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବା ସହିତ ରକ୍ତକୁ ପରିସ୍କାର କରେ l ସବୁଦିନ ସକାଳୁ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଅନେକ ରୋଗ ଦୁରେଇ ଯାଇଥାଏ l

* ଖାଲି ପେଟରେ ରା଼ସୁନା ଖାଇବାର କଣ ଲାଭାମିଳିଥାଏ -ରସୁଣରେ ଆୟୁର୍ବେଦରେ ଅନେକ ମହତ୍ୱ ରହିଛି ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭାରି ହୋଇ ରହିଛି ,ଯାହା ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ l

* ମାନସିକ ଚାପକୁ ଦୂର କରେ -ଖାଲି ପେଟରେ ସକାଳୁ ରସୁଣ ଖାଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ l ଉଚ ରକ୍ତଚାପ ରୋଗୀ ମାନଙ୍କୁ ମଧ୍ୟ ଡାକ୍ତର ନିୟମିତ ସକାଳୁ ରସୁଣ ଖାଇବାକୁ କହିଥାନ୍ତି l କାରଣ ରସୁଣରେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ l ରସୁଣ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଲାଭ ଦାୟକ ଅଟେ l ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କରେ ରସାଇନୀକ ସନ୍ତୁଳନ ରହିଥାଏ l ତେଣୁ ରସୁଣ ଖାଇବା ଦ୍ୱାରା ଅବସାଦ ସମସ୍ୟା ମଧ୍ୟ ଦୂର ହୋଇଥାଏ l

* ରକ୍ତ ଶର୍କରା ନିୟନ୍ତ୍ରିତ ରୁହେ -ରସୁଣରେ ଏଲିସିନ ନାମକ ଯୌଗିକ ପଦାର୍ଥ ମିଳିଥାଏ ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ ଯଦି ଆପଣଙ୍କର ଡ଼ାକ୍ତ ଶର୍କରା ବଢି ଯାଇଛି l ତେବେ ଖାଲି ପେଟରେ ରସୁଣ ଖାଇବା ସହିତ ଖାଦ୍ୟରେ ମଧ୍ୟ କଞ୍ଚା ରସୁଣ ଖାଇ ପାରିବେ l

* ସଂକ୍ରମରୁ ରକ୍ଷା କରେ -ରସୁଣାକୁ ପ୍ରାକୃତିକ ଆଣ୍ଟିବାୟୋଟିକ ବୋଲି କୁହାଯାଇଥାଏ l ନିୟମିତ ସକାଳୁ ଖାଲି ପେଟରେ ରସୁଣ ସେବନ କରିବା ଦ୍ୱାରା ଶରୀରର କାର୍ଯ୍ୟ କରିବାର କ୍ଷମତା ବଢିଥାଏ l ରସୁଣ ଦୀର୍ଘ ସମୟ ଧରି ସଂକ୍ରମଣ ସହିତ ଲଢେଇ କରିବା ସହିତ ରୋଗରୁ ସୁରକ୍ଷା ଦେଇଥାଏ l

Show More

Related Articles

Back to top button