ଖେଳ

ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ କିଛି ସମୟ ପରେ ହେବ ଆଇପିଏଲ-୨୦୨୧ର ସବୁଠୁ ଦମଦାର ଲଢେଇ । ଆଜି ମ୍ୟାଚରେ ଫାଇନାଲ ଟିକେଟ୍ ହାତେଇବା ପାଇଁ ମୈଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି କୋଲକାତା । ପ୍ରଥମେ ବ୍ୟାଟିଂ କରିବା ଦିଲ୍ଲୀ କ୍ୟାପିଟାଲ୍ସ ।

ଆଜି ଆଇପିଏଲ୍ ପ୍ଲେ-ଅଫର ଦ୍ୱିତୀୟ କ୍ୱାଲିଫାୟାରରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ତେବେ ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । କାରଣ ଏହି ମ୍ୟାଚର ବିଜୟୀ ଦଳ ଫାଇନାଲକୁ ଯିବାକୁ ଥିବାବେଳେ ପରାଜୟ ବରଣ କଲେ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ପଡିବ ।

Show More

Related Articles

Back to top button