Breaking PLUSଦେଶ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ

ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସନ୍ଧ୍ୟା ପ୍ରାୟ ୬ଟା ବେଳେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା । ଏହା ମଧ୍ୟରେ ତାଙ୍କର କିଛି ଟେଷ୍ଟ ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

ସୂତ୍ର ଅନୁସାରେ, ଦୁଇଦିନ ତଳେ ମନମୋହନ ସିଂହଙ୍କୁ ଜ୍ୱର ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ମନମୋହନ ସିଂହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ତାଙ୍କୁ କୋଭିଡ୍ ହୋଇଥିଲା । ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ୍ କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା ।

Show More

Related Articles

Back to top button