ଅପରାଧବଲିଉଡ

ଆଜି ମଧ୍ୟ ଆରୟନଙ୍କୁ ମିଳିଲାନି ଜାମିନ, ଆସନ୍ତା କାଲିକୁ ଘୁଞ୍ଚିଲା ଶୁଣାଣି

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନଙ୍କୁ ଆଜି ମିଳିଲା ନାହିଁ ଜାମିନ । ଆର୍ୟନଙ୍କ ଜାମିନ ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି କୋର୍ଟ । ତେବେ ଆଜି ଆର୍ୟନ୍‌ ଖାନଙ୍କ ଓକିଲ କୋର୍ଟଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ ବି କୋର୍ଟ ଶୁଣାଣି କରିବାକୁ ମନା କରିଦେଇଥିଲେ । ଆର୍ୟନ୍‌ ଖାନଙ୍କ ଓକିଲ କୋର୍ଟରେ କହିଥିଲେ ଯେ ତାଙ୍କଠାରୁ କିଛି ବି ଡ୍ରଗ୍ସ ମିଳିନାହିଁ । ଆର୍ୟନ୍‌ ଖାନଙ୍କୁ ପ୍ରତୀକ ଗାବା ଡାକିଥିଲେ ଓ ତାଙ୍କୁ ଗିରଫ କରାଯାଇନାହିଁ । ଆର୍ୟନ୍‌ ଖାନଙ୍କ ପାଖରେ ଟଙ୍କା ନଥିଲା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ହିଁ ନାହିଁ ।

ତେବେ ଆର୍ୟନ୍‌ ଖାନଙ୍କ ଜାମିନକୁ ଏନସିବି ବିରୋଧ କରିଥିଲା । ଏନସିବି ଆର୍ୟନ୍‌ ଖାନ୍ ଏବଂ ଅନ୍ୟମାନଙ୍କ ଜାମିନ ଆବେଦନଗୁଡ଼ିକର ଜବାବ ମଧ୍ୟ ଦାଖଲ କରିଥିଲା । ଏନସିବି କହିଥିଲା ଯେ, କିଛି ଅଭିଯୁକ୍ତଙ୍କଠାରୁ ବହୁତ କମ୍ ଡ୍ରଗ୍ସ ମିଳିଛି ଓ କିଛିଙ୍କୁ ଠାରୁ ଡ୍ରଗ୍ସ ମିଳିନାହିଁ । କିନ୍ତୁ ଏହି ଷଡଯନ୍ତ୍ରରେ ଏମାନଙ୍କ ସମ୍ପୃକ୍ତି ରହିଛି । ଯାହାକୁ ତଦନ୍ତ କରାଯାଉଛି । ସେହିପରି ଏନସିବି କହିଥିଲା ଯେ ଅନୁସନ୍ଧାନବେଳେ ମିଳିଥିବା ସାମଗ୍ରୀରୁ ଜଣାପଡିଛି ଯେ ଡ୍ରଗ୍ସ କ୍ରୟ ଏବଂ ବିତରଣରେ ଅଭିଯୁକ୍ତ ଆର୍ୟନ୍‌ ଖାନଙ୍କର ପ୍ରମୁଖ ଭୂମିକା ରହିଛି । ଏହା ବ୍ୟତୀତ, ଆର୍ୟନ୍‌, ଅରବାଜ ଖାନଙ୍କଠାରୁ ନିୟମିତ ଡ୍ରଗ୍ସ କିଣୁଥିଲେ ।

Show More

Related Articles

Back to top button