Breaking PLUSଖେଳ

ଟି୨୦ କ୍ରିକେଟ୍ ବିଶ୍ୱକପ ପାଇଁ ଲଞ୍ଚ ହୋଇଛି ଟିମ୍ ଇଣ୍ଡିଆର ନୂଆ ଜର୍ସି

ଆଜି ବିସିସିଆଇ ଲଞ୍ଚ କରିଛି ଭାରତୀୟ କ୍ରିକେଟ୍ ଟିମର ନୂଆ ଜର୍ସି । ବିସିସିଆଇ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି । ଏହି ଜର୍ସି ପିନ୍ଧି ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯାଗୀତାରେ ନଜର ଆସିବେ ଭାରତୀୟ ଖେଳାଳିମାନେ । ନୂଆ ଜର୍ସି କିଟ୍‌କୁ ବିଲିଅନ୍ ଚିଅର୍ସ ଜର୍ସି ଭାବେ ନାମିତ କରାଯାଇଛି ।

ବିସିସିଆଇର ଏକ ଟୁଇଟ୍‌ରେ କ୍ରିକେଟର କେ.ଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଜସପ୍ରୀତ ବୁମରାହଙ୍କୁ ନୂଆ ଜର୍ସି ପିନ୍ଧିବାରେ ଦେଖିବାକୁ ମିଳିଛି । ଅଫିସିଆଲ୍ କିଟ୍ ପ୍ରାୟୋଜକ ଏମ୍‌ପିଏଲ୍ ସ୍ପୋର୍ଟସ୍ ଦ୍ୱାରା ଏହି ଜର୍ସିକୁ ଲଂଚ କରାଯାଇଛି । ଏହି ଟି-୨୦ ବିଶ୍ୱକପ ସଂଯୁକ୍ତ ଆରବ ଇମିରେଟ୍ସ ଓ ଓମାନରେ ଅକ୍ଟୋବର ୧୭ ତାରିଖରୁ ଖେଳାଯିବ ।

 

Show More

Related Articles

Back to top button