ବାଣିଜ୍ୟ

IPhone 11 ପାଇଁ ଏକ ଦମଦାର ଅଫର ଆସିଛି

ଆଜିକାଲି ଦୁନିଆରେ ସ୍ମାର୍ଟଫୋନ ବ୍ୟବହାର କରିବା ସମସ୍ତଙ୍କ ସୌକ ହୋଇଗଲାଣି । କିନ୍ତୁ ସ୍ମାର୍ଟଫୋନ ମଧ୍ୟରେ ଲୋକେ ଅଧିକା IPhoneକୁ ପସନ୍ଦ କରନ୍ତି । ବର୍ତ୍ତମାନ ଫ୍ଲିପକାର୍ଡ ଏହା ଉପରେ ଏକ ଜବରଦସ୍ତ ଅଫର ଦେଉଛି । ଗ୍ରାହକଙ୍କ ପାଇଁ ଏହା ହେଉଛି ସୁବର୍ଣ୍ଣ ସୁଯୋଗ । ଫ୍ଲିପକାର୍ଟ iPhone ଉପରେ ଦମଦାର ଡିସକାଉଣ୍ଟ ଅଫର ଦେଉଛି । ଯଦି ଆପଣ ନୂଆ iPhone କିଣିବାକୁ ଚାହୁଁଛନ୍ତି ତେବେ ଏହି ସମୟ ହିଁ ଆପଣଙ୍କ ପାଇଁ ଉଚିତ ହେବ । ଏହି iPhone ବର୍ତ୍ତମାନ ଏକ ପକେଟ୍ ଫ୍ରେଣ୍ଡଲି ଫୋନ ହୋଇଯାଇଛି, ଯାହା କି ଏବେ ପ୍ରିମିୟମ ସ୍ମାର୍ଟଫୋନ କାଟାଗୋରୀରେ ଆସୁଛି । ଆପଣ ଏବେ iPhone 11କୁ ୩୦୦୦ଟଙ୍କା ଶସ୍ତାରେ ଫ୍ଲିପକାର୍ଟରୁ କିଣିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି iPhoneକୁ ଆପଣ ଏତେ ଶସ୍ତାରେ କିଣି ପାରିବେ ।

ନୂଆ iPhone 15 ଆସିବା ପୂର୍ବରୁ ହିଁ ପୁରୁଣା iPhone ଗୁଡ଼ିକର ମୂଲ୍ୟ ହଠାତ କମିଯାଇଛି । iPhone 11ର ମୂଲ୍ୟ ୪୩,୯୯୦ ଟଙ୍କା ହୋଇଥିବା ବେଳେ ଫ୍ଲିପକାର୍ଟରେ ବର୍ତ୍ତମାନ ଏହା ୩୭,୯୯୯ ଟଙ୍କାରେ ମିଳୁଛି । ଯଦି ଆପଣ iPhone କିଣିବା ପାଇଁ ଫ୍ମିପକାର୍ଟରେ ଆକ୍ସିସ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରିବେ, ତେବେ ଆପଣଙ୍କୁ ୧୯୦୦ ଟଙ୍କାର ଡିସକାଉଣ୍ଟ ମିଳିବ ଏବଂ ଫୋନର ମୂଲ୍ୟ କମ ହୋଇ ୩୬,୦୯୯ ଟଙ୍କା ହେଇଯିବ । ଏହାବ୍ୟତୀତ ଫୋନ ଏକ୍ସଚେଞ୍ଚର ଅଫର ମଧ୍ୟ ରହିଛି । Apple iPhone 11 ୩୩,୧୦୦ ଟଙ୍କାର ଏକ୍ସଚେଞ୍ଚ ଅଫରରେ ମିଳୁଛି । ଯଦି ଆପଣ ପୁରୁଣା ସ୍ମାର୍ଟଫୋନ ଏକ୍ସେଚେଞ୍ଜ କରୁଛନ୍ତି, ତେବେ ଆପଣଙ୍କୁ ଫୋନର ମୂଲ୍ୟରେ ଅଫ ମିଳିବ । କିନ୍ତୁ ଆପଣଙ୍କ ଫୋନ ଲାଟେଷ୍ଟ ଏବଂ ଭଲ କଣ୍ଡିସନରେ ଥିଲେ ହିଁ ୩୩,୧୦୦ ଟଙ୍କାର ଅଫ ମିଳିବ। ଯଦି ଆପଣ ସମସ୍ତ ଅଫର ପାଇବାରେ ସଫଳ ହେଲେ ତେବେ iPhone ର ମୂଲ୍ୟ ୨,୯୯୯ ଟଙ୍କା ହେଇଯିବ ।
Show More

Related Articles

Back to top button