Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ହିନ୍ଦୀ ଦିବସର ଶୁଭେଚ୍ଛା

ଭୋପାଳ: ଆଜି ହିନ୍ଦୀ ଦିବସ । ସମଗ୍ର ଦେଶରେ ସେପ୍ଟେମ୍ବର 14 ତାରିଖକୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ମୋର ସମସ୍ତ ପରିଜନଙ୍କୁ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭକାମନା । ହିନ୍ଦୀ ଭାଷା ଜାତୀୟ ଏକତା ଓ ସଦଭାବନାର ଡୋରକୁ ନିରନ୍ତର ମଜବୁତ କରିଥାଉ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଜାତୀୟ ହିନ୍ଦୀ ଦିବସ ଅବସରରେ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଭାରତର ଭାଷାର ବିବିଧତାକୁ ଏକତା ସୂତ୍ରରେ ବାନ୍ଧିବାର ନାମ ହେଉଛି ହିନ୍ଦୀ । ସ୍ୱାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାରେ ହିନ୍ଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶାହ କହିଛନ୍ତି । ତେବେ ଆସନ୍ତୁ ହିନ୍ଦୀ ଦିବସ ଅବସରରେ ରାଷ୍ଟ୍ରୀୟ ଭାଷା ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷାକୁ ସଶକ୍ତ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଜାତୀୟ ହିନ୍ଦୀ ଦିବସରେ ମାତୃଭାଷାକୁ ଉନ୍ନତ ଓ ସଶକ୍ତ ଆଧାର କହିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ବିଶିଷ୍ଟ ଓ ଅପ୍ରତିମ ଗର୍ବର ପର୍ଯ୍ୟାୟ ଜାତୀୟ ହିନ୍ଦୀ ଦିବସ ଅବସରରେ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ମାତୃଭାଷା ଉନ୍ନତିର ସଶକ୍ତ ଆଧାର ଅଟେ । ମୋର ଏହି ବିଶ୍ୱାସ ଯେ, ନିଜ ଭାଷାରେ ବ୍ୟକ୍ତି ନିଜ ବିଚାରକୁ ଶ୍ରେଷ୍ଠ ଢଙ୍ଗରେ ଅଭିବ୍ୟକ୍ତ କରିପାରେ । ପିଲାଙ୍କ ସ୍ୱପ୍ନରେ ଇଂରେଜୀ ବାଧା ନହେଉ, ଏଥିପାଇଁ ଆମେ ମଧ୍ୟପ୍ରଦେଶରେ ମେଡିକାଲ ଏବଂ ଇଞ୍ଜିନିୟରିଂ ପଢିବା ବ୍ୟବସ୍ଥା ହିନ୍ଦୀ ମିଡିୟମରେ କରିବା ଆରମ୍ଭ କରିଦେଇଛୁ । ମୋର ପିଲାମାନେ ତୁମେମାନେ ବଡ ସ୍ୱପ୍ନ ଦେଖ ଏବଂ ଏହାକୁ ସାକର କର । ମୋର ଶୁଭକାମନ ସର୍ବାଦା ତୁମମାନଙ୍କ ସହ ରହିଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।

ଜାତୀୟ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ସେ କହିଛନ୍ତି ଯେ, ହିନ୍ଦୀ କେବଳ ଏକ ଭାଷା ନୁହେଁ, ଏହା ଆମ ଜୀବନର ମୂଲ୍ୟ, ସଂସ୍କାର ତଥା ଜାତୀୟ ଏକତାକୁ ବାନ୍ଧି ରଖିଥିବା ସଂସ୍କୃତି ଅଟେ । ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଏବଂ ହିନ୍ଦୀ ପ୍ରେମୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆସନ୍ତୁ ହିନ୍ଦୀର ବିକାଶ ଏବଂ ଏହାକୁ ବିଶ୍ୱ ଗ୍ରାମ୍ୟ ଭାଷା କରିବାକୁ ସଂକଳ୍ପ ନେବା ।

Show More

Related Articles

Back to top button