Breaking PLUSମନୋରଞ୍ଜନମୁଖ୍ୟ ଖବର

ଇନଷ୍ଟାଗ୍ରାମର ନୂଆ ଫିଚର ‘ଟେକ୍ ଏ ବ୍ରେକ୍’

ସୋସିଆଲ ମିଡିଆ ମଧ୍ୟରେ ବର୍ତ୍ତମାନ ଇନଷ୍ଟାଗ୍ରାମର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ଏହା ଅନ୍ୟମାନଙ୍କ ତୁଳନାରେ ଯୁବପିଢ଼ିଙ୍କ ପାଖରେ ବେଶି ବ୍ୟବହୃତ ହେଉଛି । ଯୁବଗୋଷ୍ଠୀ ଇନଷ୍ଟାଗ୍ରାମରେ ଅଧିକ ଆକ୍ଟିଭ୍ ରହୁଥିବାବେଳେ ଷ୍ଟୋରିଜ୍ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ସବୁବେଳେ ଇନଷ୍ଚାଗ୍ରାମ ନିଜ ୟୁଜର୍ସଙ୍କ ପାଇଁ ସମୟ ବ୍ୟବଧାନରେ କିଛି ନା କିଛି ପରବର୍ତ୍ତନ ଆଣୁଥିବା ବେଳେ ଏବେ ପୁଣି ଇନଷ୍ଟା ଆଣିଛି ଏକ ନୂଆ ଫିଚର୍ ।

‘ଟେକ୍ ଏ ବ୍ରେକ୍’ ନାମକ ଏକ ଫିଚର୍ ଏବେ ଇନଷ୍ଟାରେ ଦେଖିବାକୁ ମିଳିବ । ଯେ କୈାଣସି ଜିନିଷ ହେଉ ନା କାହିଁକି ସବୁ ଜିନିଷର କିଛି ସମୟସୀମା ରହିଥାଏ । ଅନେକ ଲୋକ ନିଜର ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଥିବା ବେଳେ ଏହା ଧିରେ ଧିରେ ଲୋକଙ୍କ ଦୈନିକ ଅଭ୍ୟାସରେ ପରିଣତ ହେଲାଣି । ଏଭଳି ଲୋକଙ୍କୁ କିଛି ସମୟ ବିଶ୍ରାମ ଦେବା ଲାଗି କମ୍ପାନୀ ‘ଟେକ୍ ଏ ବ୍ରେକ୍’ ନାମକ ଫିଚର୍ ଖୁବ୍ ଶୀଘ୍ର ଆଣିବାକୁ ଯାଉଛି । ଲୋକମାନେ ଅଧିକରୁ ଅଧିକ ସମୟ ଇନଷ୍ଟାରେ ଅତିବାହିତ କରୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହି କାରଣରୁ ଇନଷ୍ଟା ଏହି ଫିଚର ଆଣିଥିବା କଥା କୁହାଯାଉଛି ।

ଇନଷ୍ଟାଗ୍ରାମର ପ୍ରମୁଖ ଏଡଏମ୍ ମସୈାରୀଙ୍କ କହିବାନୁସାରେ ‘ଟେକ୍ ଏ ବ୍ରେକ୍’ ନାମକ ଏହି ଫିଚର ଲୋକଙ୍କୁ ସମୟସୀମା ସଜାଗ କରାଇବ । ଅର୍ଥାତ୍ ଜଣେ ୟୁଜର୍ସ ଇନଷ୍ଟାରେ ଅଧିକ ସମୟ ଅତିବାହିତ କଲେ ‘ଟେକ୍ ଏ ବ୍ରେକ୍’ ଫିଚର ତାଙ୍କୁ ସମୟସୀମା ବିଷୟରେ ଅବଗତ କରାଇବ ।

Show More

Related Articles

Back to top button