Breaking PLUSମନୋରଞ୍ଜନସେଲିବ୍ରିଟି

କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ଫିକ୍ସ ହେଲା ମ୍ୟାରେଜ ଡେଟ୍

ବଲିଉଡର ଚର୍ଚ୍ଚିତ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର୍ତ୍ତମାନ ସେମାନଙ୍କ ବିବାହର ଭେନ୍ୟୁ, ମେନୁ ସବୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଯୋଡି କେବେ ବିବାହ କରିବେ ସେନେଇ ଏବେ ଡେଟ ଫାଇନାଲ ହୋଇଛି ।

ଏମାନେ ରାଜସ୍ଥାନର ସବାଇ ମାଧୋପୁର ଜିଲାର ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିବେ ବୋଲି ଜଣାପଡିଛି । ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି । ଡିସେମ୍ବର ୭-୧୨ ପର୍ଯ୍ୟନ୍ତ ଏମାନଙ୍କ ବିବାହ ଉତ୍ସବ ଚାଲିବ । ଏଥିପାଇଁ ହୋଟେଲ ବୁକ୍ ସରିଲାଣି ।

ଏହାକୁ ନେଇ ଭିକ୍କି ଅବା କ୍ୟାଟ୍ରିନା ଅଫିସିୟାଲି କିଛି କହି ନ ଥିବା ବେଳେ ବିବାହ କାମର ଆୟୋଜନ ପାଇଁ ଭିନ୍ନ ଭିନ୍ନ କମ୍ପାନୀଙ୍କୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଆଉ ସମସ୍ତେ ବିବାହ ପ୍ରସ୍ତୁତିରେ ଯୋର ସୋରରେ ଲାଗି ପଡିଛନ୍ତି । ଭିକ୍କି ଓ କ୍ୟାଟ୍ରିନାଙ୍କ ଟିମ୍ ବି କାମରେ ଲାଗି ପଡିଛନ୍ତି । ମଙ୍ଗଳବାର ଏକ ୧୦ ଜଣିଆ ଟିମ ହୋଟେଲ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ଗଣମାଧ୍ୟମ ପକ୍ଷରୁ ଜଣାପଡିଛି ।

Show More

Related Articles

Back to top button