ସ୍ୱାସ୍ଥ୍ୟ

କେବଳ ୬୦ସେକେଣ୍ଡରେ ଘରୋଇ ଉପଚାର ଦ୍ୱାରା ନାଲି ଲଙ୍କା ରୋକିପାରିବ ହାର୍ଟ ଆଟାକ

ହୁଏତ ବିଶ୍ବାସ ନ ଲାଗିପାରେ, ମାତ୍ର ଏ କଥା ଏକଦମ ସତ୍ୟ

ଏକ ଗବେଷଣା ଅନୁସାରେ ଏଭଳି କଥା ସାମ୍ନାକୁ ଆସିଛି। ନାଲି ଲଙ୍କା ଖାଇଲେ ହୃଦଘାତ ପରି ମାରାତ୍ମକ ରୋଗକୁ ରୋକାଯାଇପାରେ। ଗବେଷଣାରୁ ଜଣାପଡ଼ିଛି ଗୋଟିଏ ନାଲି ଲଙ୍କାରେ ସମୁଦାୟ ୯୦ ହଜାର ସ୍କୋଭିଲ ୟୁନିଟ୍ ମିଳିଥାଏ। ଯାହାକୁ ଖାଇବା ଦ୍ବାରା ୫୦ ପ୍ରତିଶତ ହାର୍ଟ ଆଟାକଙ୍କ ରୋଗୀ ଜୀବନ ରକ୍ଷା ହୋଇପାରେ।

 

Red Chilli

ନାଲି ଲଙ୍କା ବ୍ୟତୀତ ଏହି ଜରୁରୀ ତତ୍ବ ସ୍କ୍ରଚ ବୋନଟସ, ଥାଇ ଚା’, ଆଲପିନୋ ଆଦିରେ ମିଳିଥାଏ। ମାତ୍ର ନାଲି ଲଙ୍କାରେ ସବୁଠୁ ଅଧିକ ଏହି ତତ୍ବ ରହିଛି।ଗବେଷଣାରେ କୁହାଯାଇଛି ହାର୍ଟ ଆଟାକ ରୋଗୀଙ୍କୁ ଗିଲାସେ ପାଣିରେ ଏକ ଚାମଚ ନାଲି ଲଙ୍କା ଗୁଣ୍ଡ ମିଶାଇ ପିଇବାକୁ ଦେବା ଦରକାର। କାରଣ ରୋଗୀ ବେହୋସ ହେବା ଉଚିତ ନୁହେଁ ସଚେତ ରହିବା ଦରକାର। ଯଦି ରୋଗୀ ଅଚେତ ହୋଇ ପଡ଼ିଥାଏ ତେବେ ରୋଗୀ ଜିଭ ତଳେ ଅଳ୍ପ ନାଲି ଲଙ୍କା ଗୁଣ୍ଡ ରଖିପାରିବେ। ଏହା ଦ୍ବାରା ରୋଗୀର ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ। ୬୦ ସେକେଣ୍ଡରେ ଏହାର ପ୍ରଭାବ ମିଳିବା ସହ ଏ ଉପଚାର ସହିତ ଯଥାଶୀଘ୍ର ହସପିଟାଲ ନେବା ମଧ୍ୟ ଜରୁରୀ।

ନାଲି ଲଙ୍କାର ଉପକାରିତା-

– ହୃଦଘାତ ବ୍ୟତୀତ ନାଳି ଲଙ୍କା ସ୍କ୍ରିନ୍ ଆଲର୍ଜୀ ପାଇଁ ଲାଭଦାୟକ।

– ଏହା ଫ୍ଲୁ ଆଦି ସମସ୍ୟାରୁ ମୁକ୍ତି ଦିଏ।

– ସୀମିତ ମାତ୍ରାରେ ଏହାର ବ୍ୟବହାର ଦାନ୍ତ ଓ ପେଟ ଯନ୍ତ୍ରଣା ସମସ୍ୟା ଦୂର କରେ।

– ମାଇଗ୍ରେନ, ଆର୍ଥରାଟିସ୍ ଓ ଶରୀରର ଅତିରିକ୍ତ ଫ୍ୟାଟ୍ ଦୂର କରିବାରେ ନାଲି ଲଙ୍କା ଉପାଦେୟ।

– ତେବେ ଏହାକୁ ଅଧିକ ଖାଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ଦେଖା ଦିଏ। ଏଣୁ ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରିବା ଦରକାର।

– ନାଲି ଲଙ୍କା ଲିଭର କ୍ୟାନସରରୁ ମଧ୍ୟ ରକ୍ଷା କରେ।

Show More

Related Articles

Back to top button