Breaking PLUSମନୋରଞ୍ଜନମୁଖ୍ୟ ଖବର

ଏନ୍‌ସିବିର ଜେରା ସମୟରେ କାହିଁକି କାନ୍ଦିପକାଇଲେ ଦୀପିକା

ଆସନ୍ତୁ ପଢିବା ସମ୍ପୂର୍ଣ ଖବରରେ-

ଏନ୍‌ସିବିର ୫ ଘଣ୍ଟା ଜେରାର ୩ଥର କାନ୍ଦିଥିଲେ ଦୀପିକା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଦୀପିକାଙ୍କ ଆଖି ଛଳଛଳ ହୋଇଯାଇଥିଲା।

କିନ୍ତୁ ଏନ୍‌ସିବିର ଅଧିକାରୀମାନେ ଏଥିରେ ନରମ ନପଡ଼ି ତାଙ୍କୁ ତାଗିଦ୍‌ କରିଥିଲେ। କହିଥିଲେ, ଏପରି ଇମୋସନାଲ୍‌ କାର୍ଡ ନ ଖେଳି ଯାହା ପଚରାଉଯାଉଛି, ତା’ର ସିଧାସିଧା ଉତ୍ତର ଦିଅନ୍ତୁ। ‘ବଲିଉଡ୍‌ରେ ଡ୍ରଗ୍ସ’କୁ ନେଇ ଏନ୍‌ସିବି ଜୋରଦାର ତଦନ୍ତ କରୁଥିବାବେଳେ ଏବେ ଦୀପିକାଙ୍କ ସମେତ ୪ ଅଭିନେତ୍ରୀ ମଧ୍ୟ ସେ ତାଲିକାରେ ସାମିଲ ହୋଇଛନ୍ତି।ତେବେ ଅନ୍ୟ ୩ ଅଭିନେତ୍ରୀ ହେଲେ ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର୍‌ ଓ ରକୁଲ ପ୍ରୀତ। ଡ୍ରଗ୍ସ କାରବାରରେ ଏମାନଙ୍କ ହାତ ଥିବା ଘଟଣା ପଦାକୁ ଆସିବା ପରେ ଏନ୍‌ସିବି ଏମାନଙ୍କୁ ଗୁଡ଼େଇ ତୁଡ଼େଇ ନାନାପ୍ରକାରର ଜେରା କରୁଛି। ଶନିବାରଦିନ ଏନ୍‌ସିବିର ପ୍ରଶ୍ନବାଣରେ ଦୀପିକା, ସାରା ଓ ଶ୍ରଦ୍ଧା ଅଣନିଶ୍ବାସୀ ହୋଇଯାଇଥିଲେ।ମିଳିଥିବା ସୂଚନାଅନୁଯାୟୀ, ଏନ୍‌ସିବି ଦୀପିକାଙ୍କୁ ଯେତେବେଳେ ପଚରାଉଚରା କରୁଥିଲା, ସେ ଭାଙ୍ଗି ପଡ଼ିଥିଲେ। ଏହାପରେ ସେ କାନ୍ଦିବାକୁ ଲାଗିଥିଲେ। ଏହା ଦେଖି ଏନ୍‌ସିବିର ଅଧିକାରୀ ତାଙ୍କୁ ଇମୋସନାଲ୍‌ କାର୍ଡ ନଖେଳିବାକୁ ତାଗିଦ୍‌ ମଧ୍ୟ କରିଥିଲେ। ଏପରିକି ଏନ୍‌ସିବିର ଜଣେ ଅଧିକାରୀ ହାତ ଯୋଡ଼ି ଦୀପିକାଙ୍କୁ କାନ୍ଦିବା ବଦଳରେ ସତ କହିବାକୁ କହିଥିଲେ।

Show More

Related Articles

Back to top button